Home ଓଡ଼ିଶା ବର୍ଷେ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କ ମୃତ ପ୍ରଣାମ ପତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆ ମତି ଦିଗାଲ। ବୟସ ୨୬ ବର୍ଷ। ଗତ ୨୦୨୪ ମସିହାରେ ସୁନିଆ ମତିଙ୍କ ସ୍ୱାମୀ ଗୌତମ ଦିଗାଲ ରାଜସ୍ଥାନର ହନୁମାନଗଡ଼ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। କିଛି ଦିନ ପରେ କାମ କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ସ୍ୱାମୀଙ୍କ ମୃତ୍ୟୁ ପରେ ସୁନିଆ ମତି ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ନିଜର ୨ ପୁଅ ଓ ଗୋଟିଏ ଝିଅ ସହ ୪ ଜଣଙ୍କୁ ନେଇ ବହୁ ଅସୁବିଧାରେ ଚଳୁଥିଲେ। ବଡ଼ ଝିଅର ବୟସ ୬ ବର୍ଷ ହୋଇଥିବାରୁ ଝିଅର ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଆବଶ୍ୟକ ହୋଇଥିଲା। ପ୍ରାୟ ଦେଢ଼ ବର୍ଷ କାଳ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବିଡ଼ିଓ ଏମିତି କି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ସ୍ୱାମୀଙ୍କ ମୃତ୍ୟୁ ବାହାର ରାଜ୍ୟରେ ହୋଇଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରୁନଥିଲା l ପାଠ ପଢିବା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଏବଂ ଜାତି ପ୍ରମାଣ ପତ୍ର ଆବଶ୍ୟକତା ଥିବା ଏବଂ ପ୍ରମାଣ ପତ୍ର ରାଜସ୍ଥାନରୁ ମିଳିବା କହିବା ପରେ ପିଲାଙ୍କ ପାଠ ପଢାକୁ ନେଇଁ ଚିନ୍ତାରେ ଥିଲେ ସୁନିଆ ମତି l ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତେବେ ଦୀର୍ଘ ୧ ବର୍ଷ ପରେ ସୁନିଆ ମତି ନିଜ ସ୍ୱାମୀଙ୍କ ମୃତ ପ୍ରମାଣ ପତ୍ର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇବା ପରେ ନିଜେ ଖୁସି ବ୍ୟକ୍ତ କରିବା ସହ ନିଜ ଝିଅ ପାଠ ପଢ଼ିପାରିବ ବୋଲି କହିଛନ୍ତି। ଏହା ବିଭିନ୍ନ ଗଣମାଧ୍ୟମରେ ବାହାରିବା ପରେ ମୃତ ପ୍ରମାଣ ପତ୍ର ପାଇଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026