ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଦେଉଳିରେ ବିଶ୍ଵ ଯୋଗ ଦିବସ ପାଳିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରୋଗ ପାଇଁ ଯୋଗ, ବା ସୁସ୍ଥ ଶରୀର, ସୁସ୍ଥ ଜିବନ ଯାପନ, ସୁସ୍ଥ ମାନସିକ, ସୁସ୍ଥ ପରିବେଶ ପାଇଁ ଯୋଗ ଏକ ଶକ୍ତ ମାଧ୍ୟମ ଅଟେ । ସମଗ୍ର ବିଶ୍ବରେ ଆଜି ଯୋଗ ଦିବସ ପାଳିତ ହେଉଥିବା ବେଳେ, ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ରଠାରେ ସକାଳ ଛଅଟା ବେଳେ ଯୋଗ ଦିବସ ପାଳିତ ହୋଇ ଯାଇଛି l

ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ବିନୟ କୁମାର ସାହୁ, ସ୍ଥାନୀୟ ସରପଂଚ ପ୍ରଦୀପ କୁମାର ବାରିକ, ପ୍ରଧାନ ଆଚର୍ଯ୍ୟା ବାସନ୍ତୀ ବାଳା ମହାପାତ୍ର, ଗୁରୁଜୀ ଅଶୋକ ସେଠୀ, ଗୁରୁଜୀ ଆଦିତ୍ୟ ସୁନ୍ଦରାୟ ଆଦି ସମସ୍ତ ଗୁରୁଜୀ ଗୁରୁମା, ଅନେକ ଅଭିଭାବକ ମାନେ ଭାଗ ନେଇଥିଲେ ।ସ୍ଥାନୀୟ ଦେଉଳି ରାଧା ମାଧବ ସଂସ୍କୃତ ମହାବିଦ୍ୟାଳୟର ଯୋଗ ଆଚାର୍ଯ୍ୟ କେଶବ ଚନ୍ଦ୍ର ଜୟ ସିଂ ଯୋଗ ଶିକ୍ଷା ପ୍ରଦାନ କରିବା ସହ , ବିଭିନ୍ନ ଆସନ ଗୁଡ଼ିକର ଉପକାରିତା ବୁଝାଇ ଥିଲେ । ଗୁରୁ ଜୟ ସିଂ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅବିଚ୍ଛେଦ୍ୟ କର୍ମ ଭାବେ ଗ୍ରହଣ କରିବା ପାଇଁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ତରଫରୁ ସମସ୍ଥଙ୍କୁ ଗଜା ମୁଗ ଓ ଗଜା ବୁଟ ପ୍ରଦାନ କରାଯାଇ ଥିଲା ।

Exit mobile version