Home ଓଡ଼ିଶା ନିମାପଡା ରଜ ମହୋତ୍ସବର ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ଆଦର୍ଶ ଶିଶୁ ନିକେତନର ଛାତ୍ରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନିମାପଡା (ଓଡ଼ିଶା ତାଜା ନ୍ୟୁଜ୍) :- ନିମାପଡାର ଭିଲିଗ୍ରାମ, ବିଷ୍ଣୁପୁର ଠାରେ ରଜ ଗଣପର୍ବ ପାଳନ ଅବସରରେ ଆୟୋଜିତ ଅଷ୍ଟମ ରଜ ମହୋତ୍ସବର ସମାରୋହ ୨୦୨୫ ର ବିଭିନ୍ନ ପ୍ରତିଯୋଗିତାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକକ ନୃତ୍ୟ ଅଭିନୟ ପ୍ରଦର୍ଶନ କରି ଆଦର୍ଶ ଶିଶୁ ନିକେତନ ବନମାଳୀପୁରର ଛାତ୍ରୀ ପାୟଲ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି । ଭିଲୀଗ୍ରାମ ଗ୍ରାମପଞ୍ଚାୟତ ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ସମୀର ରଞ୍ଜନ ଦାଶ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜ ସେବୀ ଜଗଦାନନ୍ଦ ସାବୁତ୍, ଏବଂ ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବରଗଡର କଂସ ମହାରାଜ ଦେବରାଜ ଛତ୍ରୀୟା, ସମାଜସେବୀ ସଙ୍ଗୀତା ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ସେଠୀ, ସମାଜ ସେବୀ ସୁଧୀର ରଞ୍ଜନ ଦାଶ, ରଜ ମହୋତ୍ସବ କମିଟିର ସଭାପତି ସୀମାନ୍ତ ଶେଖର ରଥ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗୀତାରେ କୃତୀତୋ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ସେମାନଙ୍କର ଶୁଭ କାମନା କରିଥିଲେ । ଏହି ଉତ୍ସଵରେ କଂସ ମହାରାଜ ବରଗଡ ଧନୁଯାତ୍ରାର ଦୃଶ୍ୟ ଦେଖାଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସେହି ପରି ଏ ବର୍ଷର ରଜ କୁମାରୀ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି ସୃତି ସୁମନ ବଳ ଏବଂ ମିସ୍ ଇଣ୍ଡିଆ ଭାବେ ସଂଚିତା ଦାଶ । ଏହି ସମ୍ବର୍ଦ୍ଧନା ଉତ୍ସର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିବେଳେ ସଂପାଦକ ରବୀନ୍ଦ୍ର କୁମାର ନାୟକ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ରଜ ମହୋତ୍ସବରେ ଶଙ୍ଖ ବାଦକ, ହୁଳହୁଳି, ପୁଚି, ଚାସଖେଳ, ଏକକ କଣ୍ଠ ସଂଗୀତ, ଅଭିନୟ, ଝୋଟି, ଏକକ ନୃତ୍ୟ, ଗ୍ରୁପ୍ ଡାନ୍ସ, ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କଳାକାର, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ବିଭିନ୍ନ ଆକର୍ଷଣୀୟ ନୃତ୍ୟ, ସଂଗୀତ, ଅଭିନୟକୁ ଉପଭୋଗ କରିଥିଲେ । ଏହି ରଜ ଗଣମହୋତ୍ସବ ପ୍ରତି ବର୍ଷ ଭିଲୀଗ୍ରାମ, ବିଷ୍ଣୁପୁର ଠାରେ ଧୁମୁଧାମରେ ପାଳିତ ହୋଇ ଆସୁଅଛି , ଅନୁଷ୍ଠାନର ଏହି ଉତ୍ସବକୁ ବିଭିନ୍ନ ଅଞ୍ଚଳରେ ବହୁ ପ୍ରଶଂସା ଓ ଧନ୍ୟବାଦ୍ ପ୍ରଦାନ କରାଯାଇଛି । Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026