ପରଲୋକରେ ସମାଜର ପୂର୍ବତନ ସଂପାଦକ ନିରଞ୍ଜନ ରଥ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପୂର୍ବତନ ସଂପାଦକ ନିରଞ୍ଜନ ରଥଙ୍କର ଆଜି ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାପଡିଛି । ସେ ଗୁରୁତର ଅସୁସ୍ଥ ହୋଇ କଟକର ଶାନ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ରାତି ୧୧ ,୩୫ ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା,

ସ୍ୱର୍ଗତ ରଥ କିଛି ବର୍ଷ ଧରି ସମାଜର ସମ୍ପାଦକ ଭାବେ ଏବଂ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଭାବେ ରହିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଗଣ ମାଧ୍ୟମ ଅନୁଷ୍ଠାନ ସମେତ ବହୁ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Exit mobile version