ଡ଼ଃ ମ୍ରୃତ୍ୟୁଞ୍ଜୟ ଶତପଥୀ ଙ୍କ ଦ୍ଵାଦଶାହ ସ୍ମୃତି ସଭା

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ବାଣପୁର ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ସ୍ଵର୍ଗତ ଡ଼ଃ ମ୍ରୃତ୍ୟୁଞ୍ଜୟ ଶତପଥୀ ଙ୍କ ଦ୍ଵାଦଶାହ ସ୍ମୃତି ସଭା ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି l ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳ ମୁକୁନ୍ଦ ଦାସ ଙ୍କ ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ଏହି ସଭା ର ପ୍ରାରମ୍ଭରେ ଉପସ୍ଥିତ ଶ୍ରଦ୍ଧାଳୁ ତଥା ମଞ୍ଚାସୀନ ବ୍ୟକ୍ତି ମାନେ ସ୍ଵର୍ଗତ ଶତପଥୀ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଦୁଇ ମିନିଟ ପାଇଁ ତାଙ୍କ ଦିବଂଗତ ଆତ୍ମା ର ସଦ୍ ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ।

ବିଶିଷ୍ଟ ଶିକ୍ଷାବିତ -ସାହିତ୍ୟିକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରାରମ୍ଭିକ ଅଭିଭାଷଣ କ୍ରମରେ ସ୍ବର୍ଗତ ଶତପଥୀ ଙ୍କ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ବକ୍ତା ମାନଙ୍କ ମଧ୍ୟରେ ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି, ବାଣପୁର ବରିଷ୍ଠ ନାଗରିକ ସଂଘ ର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ସାହିତ୍ୟ ସିନ୍ଦୁରା ର ବରିଷ୍ଠ ସଦସ୍ୟ କ୍ୟାପ୍ଟେନ୍ ଭବାନୀ ପ୍ରସାଦ ହୋତା, ରାଜକିଶୋର ରଥ, ଚନ୍ଦ୍ର ଶେଖର ଶତପଥୀ, ଲକ୍ଷ୍ମୀ ଧର ଶତପଥୀ, ବାଣପୁର ନଗରପାଳ ମିଟୁ ନାୟକ,ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ନ୍ରୃ ସିଂହ ପ୍ରସାଦ ପ୍ରଧାନ, ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ବିଶିଷ୍ଟ କବି ପୁରୁଷୋତ୍ତମ ମହାପାତ୍ର,ସଙ୍ଗ୍ରାମ କେଶରୀ ସାହୁ ପ୍ରମୁଖ ସ୍ଵର୍ଗତ ଶତପଥୀ ଙ୍କ ବହୁମୁଖୀ ପ୍ରତିଭା ର ସ୍ମୃତି ଚାରଣ କରି ଥିଲେ। କବି ଦିଗମ୍ବର ବିଶ୍ବାଳ ଅତିଥି ମାନଙ୍କୁ ମଞ୍ଚାସୀନ ହେବା ପାଇଁ ଆହ୍ଵାନ କରିଥିବା ବେଳେ ସାହିତ୍ୟ ସିନ୍ଦୁରାର କୋଷାଧ୍ୟକ୍ଷ ଆଇନଜୀବୀ ରବୀନ୍ଦ୍ର ନାଥ ମାନସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version