ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସହରରେ ଯୋଗ ଶିକ୍ଷା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପତଞ୍ଜଳୀ ଯୋଗ ଶାଖାରେ ଗୁରୁବାର ଏହାର ୧୦ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଯୋଗ ପ୍ରଶିକ୍ଷକ କରୁଣା କର ବାଡତ୍ୟାଙ୍କ ନେତୃତ୍ୱରେ ନିୟନ୍ତ୍ରିତ ବଜାର କମିଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପତଞ୍ଜଳୀ ଯୋଗ ଶାଖା ଆରମ୍ଭ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ସମୟରେ ବହୁ ଘାତ ପ୍ରତିଘାତ, ଆଲୋଚନା ଓ ସମାଲୋଚନାର ସମ୍ମୁଖୀନ ହୋଇ ଗତି କରିଛି।
ଏହା ସତ୍ତ୍ୱେ ବିଭିନ୍ନ ଶାରୀରିକ ଅକ୍ଷମତା, ରୋଗରେ ପୀଡିତ ଓ ଦୈନଦିନ ଜୀବନରେ ଯୋଗର ଆବଶ୍ୟକତା, ଉପକାରିତା ଓ ଅନୁଭୁତି ଯୋଗୁଁ ଦିନକୁ ଦିନ ଏହାର କଳେବର ବୃଦ୍ଧି ପାଇଛି। ତେଣୁ ଏକ ସୁସ୍ଥ, ବଳିଷ୍ଠ ସ୍ବାସ୍ଥ୍ୟ,ଦୀର୍ଘ ଓ ନିରୋଗ ଜୀବନ ଯାପନ ଅତିବାହିତ କରିବା ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ସେ ଦୃଢ଼ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଣେଷ ପୋଲେଇ,ଚିତ୍ତ ରଞ୍ଜନ ମହାରଣା, ଗଗନ ଗୌଡ, ଜଗନ୍ନାଥ ସାହୁ, ଇ.ମନୋଜ ପାତ୍ର, ନାରାୟଣ ପ୍ରଧାନ, କୁଞ୍ଜ ବିହାରୀ ପଣ୍ଡା, ପ୍ରଦୀପ ବିଷୋୟୀ, କୋରା ବେହେରା, ଉଲ୍ଲାସ ବେହେରା, ଗୌରହରୀ ପୃଷ୍ଟି, ଦେବରାଜ ସାହୁ, କୁଶ ମହାରଣା,ଜେ.ବିଘ୍ନେଶ ଆଚାରୀ ଓ ମନୋଜ ସ୍ୱାଇଁ ପ୍ରମୁଖଙ୍କ ସମେତ ଶାଖାର ଶତାଧିକ ସଦସ୍ୟ ଉତ୍ସଵରେ ଯୋଗ ଦେଇଥିଲେ।
