ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍)  :-  ଆସନ୍ଥା ଆନ୍ତର୍ଜାତୀୟ ଯୋଗ ଦିବସକୁ ଧ୍ୟାନରେ ରଖି ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ମଣ୍ଡଳର ବିଭିନ୍ନ ସ୍ଥାନରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ଯୋଗ କର୍ମଶାଳା ଆୟୋଜନ କରାଯାଇଛି ।  ଏହାର ଲକ୍ଷ୍ୟ ହେଉଛି ସମସ୍ତଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା । ସାଧାରଣ ଜନତା ଏବଂ ଏହାର କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ଯେ’ ଯୋଗ ସହିତ ପ୍ରତ୍ୟେକ ଦିନ ଆରମ୍ଭ କରିବା ଦ୍ୱାରା ଶକ୍ତି ଏକାଗ୍ରତା ଏବଂ ସକାରାତ୍ମକତା ମିଳିଥାଏ ।

ଖୋର୍ଦ୍ଧାରୋଡ୍, କଟକ,ବ୍ରହ୍ମପୁର,ପଲାସା, ଅନୁଗୁଳ ଏବଂ କେନ୍ଦୁଝରଗଡ଼ ରେ ଯୋଗ କର୍ମଶାଳା ଆୟୋଜନ କରାଯାଇଛି । ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନେ ଯୋଗାଭ୍ୟାସ ରେ ଅଂଶଗ୍ରହଣ କରିଥିଲେ । ଯୋଗ ବିଶେଷଜ୍ଞଙ୍କ ଅଂଶଗ୍ରହଣରେ ବିଭିନ୍ନ ଯୋଗ ଆସନ ଏବଂ ସେମାନଙ୍କର ଗୁରୁତ୍ୱ ବୁଝାଯାଇଥିଲା । ଏହି ଅବସରରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଖୋର୍ଦ୍ଧାରୋଡ୍ ଡିଭିଜନ ୨୧ ଜୁନ୍ ୨୦୨୫ରେ”ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ବିଷୟବସ୍ତୁ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ। ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ୍ ଡିଭିଜନ ଦ୍ବାରା ସେମିନାର, କର୍ମଶାଳା, ବକ୍ତୃତା, ପ୍ରତିଯୋଗିତା ଇତ୍ୟାଦି ଅନେକ କାର୍ଯ୍ୟକଳାପ ଆୟୋଜନ କରାଯାଉଛି ।

Exit mobile version