ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଦିବା ୧୧ ଘଟିକା ସମୟରେ ଓଡ଼ିଶା ଆଶା କର୍ମୀ ଆସୋସିଏସନ ର ନୟାଗଡ଼ ଜିଲ୍ଲା ସମ୍ପାଦିକା ତଥା ସି ଆଇ ଟି ୟୁ ର ରାଜ୍ଯ କମିଟି ସଭ୍ୟା ସାଥୀ ନଳିନୀ ଦାସ (୫୬) ଙ୍କ ଏକାଦଶାହ ରେ ତାଙ୍କର ଶ୍ରଦ୍ଧାଞ୍ଜଳୀ ଉଦ୍ଧେଶ୍ୟରେ ଶତାଧିକ ଆଶାକର୍ମୀଙ୍କ ଏକ ଫଟୋ ଶୋଭାଯାତ୍ରା ସହ ଗ୍ରାମ ପରିକ୍ରମା କରିଥିଲେ। କ୍ରିଦାଶପୁର ଠାରେ ବିଶଷ୍ଟ ଶ୍ରମିକ ନେତା ସାଥୀ ବିଶ୍ଵନାଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି।ସାଥୀ ଦାସ ଙ୍କ ଫଟୋ ଚିତ୍ର ରେ ଉପସ୍ଥିତ ସମସ୍ତ ଅତିଥି , ଆଶାକର୍ମୀ , ବନ୍ଧୁ ବାନ୍ଧବ ଓ ଗ୍ରାମ ବାସୀମାନେ ପୁଷ୍ପାର୍ପଣ କରିବା ପରେ ତାଙ୍କ ଉଦ୍ଦେଶ୍ଯରେ ଏକମିନିଟ୍ ଶୋକ ଶ୍ରଦ୍ଧାଞ୍ଜଳୀ ଜଣାଯାଇ ଥିଲା।

