ଶୁଣିଲେନି ସରକାର…..ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଯୁବରାଜପୁର ଗ୍ରାମବାସୀ ଚାନ୍ଦା ଓ ଶ୍ରମ ଦାନ କରି ମହେନ୍ଦ୍ର ତନୟା ନ‌ଦୀ ଉପରେ ପୋଲ ନିର୍ମାଣ କଲେ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍)  :-  ଗଜପତି ଜିଲ୍ଲାର ମହେନ୍ଦ୍ର ତନୟା ନ‌ଦୀ ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଦାବି ନିବେଦନ ପରେ ସୁଦ୍ଧା ସରକାର ନା ପ୍ରଶାସନ କେହି ନ ଶୁଣିବାରୁ ନିଜସ୍ବ ଅର୍ଥ ଓ ଶ୍ରମରେ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଯୁବରାଜ ପୁର ଗ୍ରାମବାସୀ | ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଯୁବରାଜପୁର-ବାଘଶାଳା ଦେଇ ପ୍ରବାହିତ ହେଉଥ‌ିବା ମହେନ୍ଦ୍ରତନୟା ନଦୀ ଯାତାୟତରେ ସମସ୍ୟା ଗତ ବହୁ ବର୍ଷ ଧରି ଲାଗି ରହିଛି. ପୋଲ ନଥିବାରୁ ବହୁବାର ପ୍ରଶାସନ‌କୁ ଏନେଇ ଜଣାଇଛନ୍ତି ଲୋକେ. ହେଲେ ଦୀର୍ଘଦିନ ଧରି କେହି ନଶୁଣିବାରୁ ଯୁବରାଜପୁର ଗ୍ରାମବାସୀ ଏକତ୍ର ହୋଇ ସାମର୍ଥ୍ୟ ଅନୁସାରେ ଅର୍ଥ ଆଦାୟ କରିବା ସହ ଶ୍ରମଦାନ କରି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ।

ସ୍ଥାୟୀ ବ୍ରିଜ୍ ନିର୍ମାଣ ପାଇଁ ଏହି ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି । ହେଲେ ସରକାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ କେହି ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ବୋଲି କହିଛନ୍ତି ଯୁବରାଜପୁର ଗ୍ରାମବାସୀ l ଯୁବରାଜପୁର, କାମଧେନୁ, ବାଘଶାଳା ଆଦି ଗ୍ରାମକୁ ଯିବା ଆସିବାପାଇଁ ସ୍କଳ୍ପ ଦୂରତା ପଡୁଥିବାରୁ ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ୍ ନିର୍ମାଣ ପାଇଁ ବହୁ ବର୍ଷ ଧରି ଦାବି କରାଯାଉଛି। ପୂର୍ବ ସରକାରଙ୍କ ଅମଳରେ ଏହି ସମସ୍ୟାର ସମାଧାନ ନିମନ୍ତେ ବିଜୁ ସେତୁ ଯୋଜନାରେ ୮କୋଟି ୯୬ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରି ବାଘଶାଳା-କାମଧେନୁ ବ୍ରିଜ୍ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ସରିଥିଲା ।

ହେଲେ ଯେଉଁ ସ୍ଥାନରେ ପୋଲ ନିର୍ମାଣ କରିବାକୁ ଯୋଜନାହୋଇଥିଲା ତାହା ଅନୁପଯୁକ୍ତ ବୋଲି ଅଞ୍ଚଳର କେତେକ ଗ୍ରାମବାସୀ ଅନ୍ୟତ୍ର ପୋଲ୍ ନିର୍ମାଣ ପାଇଁ ଦାବି କରିଥିଲେ। ଏଥିପାଇଁ ପୁନର୍ବାର ଯୋଜନା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ସରକାର ବଦଳିଯାଇଥିଲା । ଏହାପରେ ଏହି ବ୍ରିଜ୍‌ ନିର୍ମାଣ ହେବାର ନାଁ ଗନ୍ଧ ନଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଅଞ୍ଚଳବାସୀ କହିଛନ୍ତି ଯେ ବାଘଶାଳା-କାମଧେନୁ ମହେନ୍ଦ୍ରତନୟା ପୋଲ ନିର୍ମାଣ ହେଲେ ଗୋଷାଣି ବ୍ଲକ ସଦରମହକୁମା ଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା, ଶିକ୍ଷା, ସ୍ବାସ୍ଥ୍ୟ ଆଦିର ଗମନାଗମ ପାଇଁ ବହୁ ସୁବିଧା ହୋଇପାରିବ.

Exit mobile version