ପ୍ରଚଳନ କଲା ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା : ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ- ଏକ ବୈଜ୍ଞାନିକ ଉପାୟରେ ବିକଶିତ, ଉଦ୍ଭିଦ-ଭିତିକ ଫର୍ମୁଲା ଯାହା ଆସେରୋଲା ଚେରୀ, ହଳଦି ଏବଂ ଲାଇକୋରାଇସ୍ ଭଳି ତିନିଟି ଶକ୍ତିଶାଳୀ ପ୍ରାକୃତିକ ଉପାଦାନରୁ ରୋଗ ପ୍ରତିରୋଧ ଶକ୍ତି, ତ୍ୱଚା ସ୍ୱାସ୍ଥ୍ୟ ଏବଂ ଅନ୍ତଃନଳୀ ସନ୍ତୁଳନକୁ ସମର୍ଥନ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି l
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ବର୍ଦ୍ଧିତ ଜୀବନଶୈଳୀ ଜନିତ ରୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ଭାରତ ସକାରାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ସ୍ପଷ୍ଟ ସ୍ଥାନାନ୍ତରଣ ଲକ୍ଷ୍ୟ କରୁଛି । ଗ୍ରାହକଙ୍କର ପରିବର୍ତିତ ଆବଶ୍ୟକତା ସହିତ ତାଳଦେଇ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ପ୍ରଚଳନ ସହିତ ତାହାର ପୁଷ୍ଟିସାଧନ ବର୍ଗକୁ ସୁଦୃଢ କରିଛି । ବୈଜ୍ଞାନିକ ସମ୍ମତ ଉପାୟରେ ପ୍ରସ୍ତୁତ, ଉଦ୍ଭିଦ-ଭିତିକ ଏବଂ ଆସେରୋଲା ଚେରୀ, ହଳଦି ଓ ଲାଇକୋରାଇସ୍ ଆଦିର ପ୍ରାକୃତିକ ସାମର୍ଥ୍ୟରେ ସଶକ୍ତ ପରିପୂରକ ହୋଇଛି । ଏହି ଶକ୍ତିଶାଳୀ ଫର୍ମୁଲେସନରେ ଏଭଳି ପୋଷକଗୁଡିକ ରହିଛି ଯାହା ରୋଗ ପ୍ରତିରୋଧ, ପ୍ରଦାହ ହ୍ରାସ କରିବା ଏବଂ ଅନ୍ତଃନଳୀ, ତ୍ୱଚା ଓ ରୋଗ ପ୍ରତିରୋଧ ସ୍ୱାସ୍ଥ୍ୟ ପାଇଁ ମଜଭୁତ ଆଂଟିଅକ୍ସିଡାଂଟ ସୁରକ୍ଷା ଯୋଗାଇବା ଭଳି ଟ୍ରିପଲ-ଆକ୍ସନ ଫାଇଦା ଯୋଗାଇ ଦେଉଛି ।
ଏହାର ଶୁଭାରମ୍ଭ ଅବସରରେ ମତ ଦେଇ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ନିମ୍ନ ପୋଷଣ ରାଷ୍ଟ୍ରର ଅର୍ଦ୍ଧାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଜାରି ରହିଥିବାବେଳେ ସାମଗ୍ରିକ କଲ୍ୟାଣ ନିମନ୍ତେ ସ୍ୱଚ୍ଛ, ଉଦ୍ଭିଦ-ଭିତିକ ସମାଧାନଗୁଡିକ କେବେହେଲେ ସେଭଳି ଗୁରୁତ୍ୱ ଲାଭ କରିନାହିଁ । ସମ୍ପ୍ରତି ଉପଭୋକ୍ତାମାନେ ସ୍ୱାସ୍ଥ୍ୟକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, ତାହା ପୂର୍ବରୁ କେବେ ହୋଇନଥିଲା, ଏବଂ ୫୨% ରୋଗ ପ୍ରତିରୋଧ କ୍ଷମତାକୁ ସେମାନେ ପରିପୂରକରେ ଚାହୁଁଥିବା ଶୀର୍ଷ ଫାଇଦା ଭାବରେ ଚାହୁଁଛନ୍ତି, ଯାହା ପୂର୍ଣ୍ଣାଙ୍ଗ କଲ୍ୟାଣ ସୁପାରିଶଗୁଡିକ ନିମନ୍ତେ ବର୍ଦ୍ଧିତ ଚାହିଦା ସମ୍ପର୍କରେ ଉଲ୍ଲେଖ କରୁଛି । ଉପଭୋକ୍ତାଙ୍କ ଆବଶ୍ୟକତା ଏବଂ ଉତ୍ପାଦ ନବସୃଜନ ପାଇପଲାଇନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆମର ରଣକୋ÷ଶଳାତ୍ମକ ବ୍ୟବସାୟିକ ଅଗ୍ରାଧିକାରତାକୁ ଦୃଷ୍ଟିରେ ରଖି ଆମେ ଆମର ଅଧୁନାତମ ନବସୃଜନ- ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ବାଇ ଆମୱେ ପ୍ରଚଳନ କରି ଆନନ୍ଦ ଅନୁଭବ କରୁଛୁ ।
