ଟ୍ରକ ପଛରେ ପିଟିଲା ବାଇକ୍ : ଘଟଣା ସ୍ଥଳରେ ବାଇକ ଚାଳକ ମୃତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଯାତ୍ରା ଦେଖିଯିବା ହେଲା କାଳ। ଯାତ୍ରା ଦେଖିବାକୁ ଯାଉଥିବା ବେଳେ  ଟ୍ରକ ପଛରେ ପିଟିହେଲା ବାଇକ। ଘଟଣା ସ୍ଥଳରେ ବାଇକ ଚାଳକ ମୃତ. ମୃତ ବାଇକ ଚାଳକଙ୍କ ନାମ  ରୁପେନ୍ଦ୍ର ବେହେରା 24 ବର୍ଷ।ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ବୋଲି ଜଣା ପଡିଛି। ଗତ କାଲି ରାତିରେ ହୋଇଛି ଦୁର୍ଘଟଣା।16 ନମ୍ବର ଜାତୀୟ ରାଜପଥ  ଉଗ୍ରତାରା ଛକ ନିକଟରେ ହୋଇଛି ଦୁର୍ଘଟଣା ହୋଇଥିବାର ବିଶେଷ ସୁତ୍ରରୁ ପ୍ରକାଶ।

ରୁପେନ୍ଦ୍ର ବେହେରା ନିଜର ଏକ ପ୍ଲାଟିନା ବାଇକରେ ଟାଙ୍ଗୀରୁ ଯାତ୍ରା ଦେଖିବା ପାଇଁ ମା ଉଗ୍ରତାରା  ମନ୍ଦିର ନିକଟରେ ହେଉଥବା ରଜ  ଯାତ୍ରା ଦେଖିବାକୁ ଯାଉଥିଲେ। ବାଇକରେ ଟାଙ୍ଗୀ ରୁ ଉଗ୍ରତାରା ଯାଉଥିବା  ବେଳେ ଉଗ୍ରତାରା ଛକ ଜାତୀୟ ରାଜପଥ  ରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ  ପଛରେ ବାଇକ ଟି ପିଟି ହୋଇଥିଲା।ଟ୍ରକ ପଛରେ ବାଇକ ପିଟି ହେବା ଯୋଗୁଁ ଘଟଣା ସ୍ଥଳରେ ରୁପେନ୍ଦ୍ର ଗୁରୁତର ହୋଇ  ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ମୃତକଙ୍କ ଶବ ସହ ବାଇକ ଓ ଟ୍ରକ ଜବତ କରି ତଦନ୍ତ. କରୁଛି । ଏହି ଘଟଣା ଟାଙ୍ଗୀ ଅଂଚଳରେ ଶୋକ ର ଛାୟା ଖେଳାଇ ଦେଇଛି।

 

Exit mobile version