ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ବିକାଶ ମେଳାରେ ଏକ କର୍ମଶାଳା ଆୟୋଜନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ ଶିକ୍ଷା ବିଭାଗ ପ୍ରଫେସର ଡଃ ରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ବିଶେଷ ଭାବରେ ଏନଇପିରେ ଟାର୍ଗେଟ କରାଯାଉଛି ଛାତ୍ରଛାତ୍ରୀଙ୍କ ସ୍କିଲ ବୃଦ୍ଧି କରିବା ପାଇଁ ।
ତାଙ୍କର ପ୍ରଫେସନାଲ କୋର ଏରିଆରେ ନଲେଜ ବୃଦ୍ଧି ହେବ। ଯେଉଁ ପିଲାଟି ଆଗକୁ ଡିଗ୍ରୀ, ଡିପ୍ଲମା ସାରିବ ସେ ସେତିକି ସ୍କିଲଫୁଲ ହୋଇଥିବ, ଯାହା ଫଳରେ ସେ ପରବର୍ତ୍ତୀ ସମୟରେ ନିଜର ସ୍କିଲ ବ୍ୟବହାର କରି ରୋଜଗାର କ୍ଷମ ହୋଇପାରିବ।ଜାତୀୟ ଶିକ୍ଷା ନୀତି ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ସେହିପରି ପ୍ରଫେସର ପ୍ରଧାନ ଏହି ଅବସରରେ କହିଛନ୍ତି,ନୂତନ ଶିକ୍ଷା ପଦ୍ଧତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବ। ନୂତନ ଶିକ୍ଷା ନୀତିର ବହୁ ମାତ୍ରାରେ ଛାତ୍ରଛାତ୍ରୀ ଙ୍କୁ ସହାୟକ ହେବ କାରଣ ଏହାର ଭିତ୍ତିଭୂମି ହେଉଛି ଭାରତର ସଂସ୍କୃତି ଉପରେ ପର୍ଯ୍ୟବେସିତ।
