
ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ମହାଙ୍ଗା :- ଭାଇରାଲ ଭିଡ଼ିଓରେ ମନ୍ତବ୍ୟ ଦେବା ଯୁବକକୁ ପଡିଲା ମହାଙ୍ଗା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ, ରାଷ୍ଟ୍ରୀୟ ସ୍ବୟଂ ସେବକ ଓ ବିଶ୍ବହିନ୍ଦୁ ପରିଷଦ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଆଜି ସାଲେପୁର ପୋଲିସ ର ମିଳିତ ସହଯୋଗରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁସମ୍ଭି ଗ୍ରାମରୁ ରସିଦ ଅହେମ୍ମଦ ଙ୍କ ପୁତ୍ର ସୟଦ ହସନ ଅହେମ୍ମଦକୁ ଗିରଫ କରିଛି ।
ସୂଚନା ମୁତାବଜ ହିନ୍ଦୁ ବିରୋଧି ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ ମିଡିଆ ରେ ଭାଇରାଲ କରିବା ପରେ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦ ଅଧ୍ୟକ୍ଷ କୁଲଦୀପ ପାଞ୍ଚାଲ ସିଙ୍ଗାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତିକରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲ କୁ ଟ୍ରାକିଂ କରି ସାଲେପୁର ପୋଲିସ ସହାୟତା ରେ ତାଙ୍କୁ କୁସମ୍ଭି ଗ୍ରାମରୁ ଗିରଫ କରି ଥିଲେ ।
ହାସନ ଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସିଙ୍ଗାବଲି ପୋଲିସ କେଶ ନଂ ୨୦୧ରେ ଏକ ଦେଶ ଦ୍ରୋହ ମାମଲା ରଜୁ କରି ଦଫା ୫୦୭,୫୦୪,୧୫୩ଏ,୧୨୪ଏ ଦଫାରେ ଅଭିଯୁକ୍ତ କୁ ଗିରଫ କରାଯାଇଥୁବା ପୋଲିସ ସୂଚନା ଦେଇଛି । ଆସନ୍ତା କାଲି ସାଲେପୁର କୋର୍ଟରେ ଅଭିଯୁକ୍ତ କୁ ହାଜର କରାଯାଇ ରିମାଣ୍ଡରେ ନେବ ବୋଲି ଉତ୍ତର ପ୍ରଦେଶ ପୋଲିସ ଏସ ଆଇ ସୁରଜମଲ ସିଂ ସୂଚନା ଦେଇଛନ୍ତି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ)
