Home ଓଡ଼ିଶା ଜୟଦେବ ନ୍ୟୁଜ୍ ଆଣ୍ଡ ମିଡ଼ିଆ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ,ଆମଣ । କୁଦ ସ୍ଥିତ ପ୍ରାଚୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ୨୦୨୫ ମାଟ୍ରିକ ପରୀକ୍ଷାରେ ୫୧୪ ନମ୍ବର ରଖି ବାଲିପାଟଣା ବ୍ଲକର ବ୍ଲକ୍ ଗ୍ରାଣ୍ଡ ବିଦ୍ୟାଳୟ ଭିତରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ସ୍ଵାତୀ ସୁଭ୍ରା ନାୟକଙ୍କୁ ଉତ୍ସାହିତ କରିବା ଲାଗି ଜୟଦେବ ନ୍ୟୁଜ୍ ଆଣ୍ଡ ମିଡ଼ିଆ ଫାଉଣ୍ଡେସନର ଚେୟାରମ୍ୟାନ ଗଗନ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଜି କୁଦପାଟଣା ସ୍ଥିତ ସ୍ଵାତି ଶୁଭ୍ରା ନାୟକଙ୍କ ବାସଭବନରେ ପହଂଚିଥିଲେ l ଏହି ସମ୍ବର୍ଦ୍ଧନା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ପ୍ରେସ କ୍ଳବର ସଭାପତି ଦିଲ୍ଲୀପ କୁମାର ଓଝା ସମ୍ମାନିତ ଅତିଥିଭାବେ ,ବରିଷ୍ଠ ସାମ୍ବାଦିକ ରମେଶ ରଥ, ଅରୁଣ ଶତପଥି, ଜୟଦେବ ନ୍ୟୁଜ୍ ଆଣ୍ଡ ମିଡ଼ିଆ ଫାଉଣ୍ଡେସନର ଉପଦେଷ୍ଟା ବିଜୟ କୁମାର ଭୋଇ, ସୁକାନ୍ତ ଭୋଇଙ୍କ ସହ ପ୍ରାଚୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଛୋଟରାୟ, ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ନାଥ ବରାହି ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ସହ ଛାତ୍ରୀଙ୍କ ପିତା ମାତା ଏବଂ ଗ୍ରାମର ବୁଦ୍ଧିଜୀବୀ ଓ ମୁରବିମାନେ ଉପସ୍ଥିତ ଥିଲେ l ମେଧାବୀ ଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ସମସ୍ତ ଅତିଥି ଛାତ୍ରୀଙ୍କର ଆଗାମୀ ଭବିଷ୍ୟତ କିପରି ଉଜ୍ୱଳମୟ ହେବ ତାହା ବର୍ଣନା କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ଛାତ୍ରୀ ଛାତ୍ରୀ ଏବଂ ବ୍ୟକ୍ତିମାନଙ୍କୁ ଏହି ଅନୁଷ୍ଠାନ ସମ୍ମାନୀତ କରୁଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିଲେ । ଜୟଦେବ ନ୍ୟୁଜ ଆଣ୍ଡ ମିଡିଆ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା କରାଯିବା ସହ ଛାତ୍ରୀଙ୍କୁ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମ୍ୱାଦିକ ବିଜୟ କୁମାର ଭୋଇ, ତ୍ରିନାଥ ସାହୁ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026 ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ by Proprietor Abhimanyu Maharana October 8, 2026 ଚାରି ଦଫା ଦାବିନେଇ ଓଡିଶା ବନ୍ଦ by Proprietor Abhimanyu Maharana October 8, 2026 ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 8, 2026