ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି। ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ୨୦୧୩ ମସିହାରେ ରାଜ୍ୟରେ ୩ଟି ସ୍ଥାନରେ ପ୍ରଥମ ଥର ପାଇଁ ସ୍ମାର୍ଟ ମଡେଲ ସବଷ୍ଟେଶନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ସେଥିରେ ସିମନବାଡି ଅଗ୍ରଣୀ ତାଲିକାରେ ରହିଥିଲା ।
