କଟକ ସଦର ବିଧାୟକଙ୍କ ଦ୍ଵାରା ନୂଆ କାଚରାମାଳ ଗ୍ରାମର ନାଳ ଓ ରାସ୍ତା କାର୍ଯ୍ୟର ଶିଳାନ୍ୟାସ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ମହାନଗର ନିଗମର ୫୯ ନମ୍ବର ୱାର୍ଡ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ ଗ୍ରାମର ରାସ୍ତା ଏବଂ ନାଳର ନିର୍ମାଣ କାର୍ଯ୍ୟକୁ ବୁଧବାର ଅପରାହ୍ନରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ । ଏହି ଦୁଇଟି କାର୍ଯ୍ୟ ପାଇଁ ଗ୍ରାମବାସୀ ଏବଂ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

୨ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ ଯାହାଫଳରେ‌ ଦୀର୍ଘ ଦିନର ସମସ୍ୟା ଦୂର ହୋଇପାରିବ ବୋଲି ବିଧାୟକ ଶ୍ରୀ ସେଠୀ କହିଥିଲେ । ଏହି ଉପଲକ୍ଷେ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି,

କଟକ ନଗର ବିଜେପି ‌ଉପ‌ ସଭାପତି ସ୍ଵାଧୀନ ଚେତା ମହାନ୍ତି, ବିଜେପି ଗୋପାଳପୁର ମଣ୍ଡଳ ସଭାପତି ନିହାର ରଞ୍ଜନ ପଣ୍ଡା, ନୂଆ କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ଗୁଣନିଧି ପଟ୍ଟନାୟକ, କିଶୋର ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ଠାକୁର ପ୍ରସାଦ ଦାସ , ବଦ୍ରି ନାରାୟଣ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ସୁକାନ୍ତ କୁମାର ଭୋଇ, ସୂର୍ଯ୍ୟ କାନ୍ତ ବରାଳ,

ଦିବାକର ବେହେରା , ଚିତ୍ତ ରଞ୍ଜନ ଦାସ, ପ୍ରଶାନ୍ତ କୁମାର ପଟ୍ଟନାୟକ, ମଧୁସୂଦନ ପଟ୍ଟନାୟକ, ରଜନୀ କାନ୍ତ ପଟ୍ଟନାୟକ, ପ୍ରମୋଦ କୁମାର ଓଝା, ବିଚିତ୍ରାନନ୍ଦ ଦଳାଇ, ପବିତ୍ର କୁମାର ବେହେରା, ଅଜୟ କୁମାର ଜେନା, ରାଜେନ୍ଦ୍ର ପାତ୍ର, ସତ୍ୟ ରଞ୍ଜନ ଦାସ, ଶଶିଭୂଷଣ ମହାନ୍ତି, ପ୍ରଶାନ୍ତ କୁମାର ଦଳାଇ, ପ୍ରମୁଖ ଯୋଗ ଦେଇଥିଲେ ।

ବିଧାୟକ ଶ୍ରୀ ସେଠୀ ଫୁଲନଖରା ଛକରେ ପହଞ୍ଚିବା ମାତ୍ରେ ପୂର୍ବରୁ ଅପେକ୍ଷା କରିଥିବା ବିଜେପି କର୍ମୀମାନେ ବିଧାୟକଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ବାଜା ବଜାଇବା ବାଣ ଫୁଟାଇ ଭିତ୍ତିପ୍ରସ୍ତର ସ୍ଥାନକୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ବିଧାୟକ ଶ୍ରୀ ସେଠୀ ଗଲାବେଳେ ପ୍ରଥମେ ଫୁଲନଖରା ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Exit mobile version