ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଗତ 30 ବର୍ଷରୁ ଉର୍ଦ୍ଧ ସମୟ ଧରି ୫୦ ରୁ ଉର୍ଦ୍ଧ ପରିବାର ବସବାସ କରି ଆସୁଥିବା 50 ଏକର ପରିମିତ ଜମିକୁ ଜଣେ ଧନୀକ ଓ କ୍ଷମତାଶାଳୀ ବ୍ୟକ୍ତି କିଛି ପ୍ରଶାସନିକ କର୍ମଚାରୀଙ୍କୁ ଟଙ୍କା ଦ୍ଵାରା ଆୟତ୍ତ କରି 50 ଏକର ଜମି ହାତେଇବାକୁ ଅପଚେଷ୍ଟା ଚଳାଇଛନ୍ତି. ଏହାକୁ ଦୃଢ ବିରୋଧ କରି ଗ୍ରାମବାସୀମାନେ ଗଜପତି ପ୍ରଶାସନର ଦ୍ୱାରସ୍ତ ହୋଇ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଡାକ୍ଟରବଞ୍ଜାରୀ ମୌଜା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମରେ ଥିବା ଜମିର ଦଖଲ ଏବଂ ଏହାର ପଞ୍ଜୀକରଣକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ 
