ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ବିକାଶ ବାହନ ଯାତ୍ରା ରାୟଗଡା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ପାରିଖିତି ପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ର ସଫଳ ରୂପାୟନ ଓ ଗ୍ରାମୀଣ ସ୍ତର ରେ ଭିତ୍ତିଭୂମି,ସ୍ବାସ୍ଥ୍ୟ,ଶିକ୍ଷା ଓ ଜୀବିକା ର ବିକାଶ ପାଇଁ କାର୍ଯ୍ୟକ୍ରମ ରେ ସଚେତନ କରାଯାଇଥିଲା।ଏଥି ସହିତ ସରକାର ନିର୍ଦ୍ଦେଶ ଅନୁସାରେ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ମିଳିତଭାବେ ଆୟୋଜିତ ହୋଇଯାଇଛି ।
