Home ଓଡ଼ିଶା ନୂତନ ସାମାଜିକ ସଂଗଠନର “ରାଜ୍ ଯୁବ ପ୍ରତିଷ୍ଠାନ”ର ଶୁଭାରମ୍ଭ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ରାଜସୁନାଖଳା/ରଣପୁର/ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଅଦ୍ୟ ତା. ୧୭ଜୁନ୍ ୨୦୨୫ରିଖ ପବିତ୍ର ବସୁମତୀ ସ୍ନାନ ଓ ଶେଷ ରଜରେ ରାଜସୁନାଖଳା ରେଳ ଷ୍ଟେସନ ସ୍ଥିତ ମା’ କଙ୍କାଳୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା ସହ ଏକ ସ୍ୱତନ୍ତ୍ର ବୈଠକ ହୋଇ ଜନ୍ମ ନେଇଛି ଏକ ନୂଆ ସାମାଜିକ ସଂଗଠନ “ରାଜ୍ ଯୁବ ପ୍ରତିଷ୍ଠାନ”ର ଶୁଭାରମ୍ଭ ହୋଇଛି। ଏହି ସଂଗଠନର ଲକ୍ଷ୍ୟ ହେଉଛି ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବା ଏବଂ ସମାଜରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା । ସଂଗଠନର ମୂଳ ଲକ୍ଷ୍ୟ:- ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ କରିବା, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା, ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଦ୍ୟମ କରିବା ଓ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବା l ତତସହିତ ସଂଗଠନର କାର୍ଯ୍ୟକ୍ରମ:- ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ପିଲାମାନଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯିବ, କ୍ରୀଡାର ସମୃଦ୍ଧି, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ,ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝାଯିବ ଓ ମାନବିକ ଅଧିକାର ପାଇଁ ଲଢେଇ କରିବା l ସଂଗଠନର ସଦସ୍ୟତତା:- ଏହି ସଂଗଠନରେ ସମସ୍ତ ବର୍ଗର ଲୋକ ଯୋଗଦେଇ ପାରିବେ। ଯେଉଁମାନେ ସମାଜସେବା କରିବାକୁ ଇଚ୍ଛୁକ, ସେମାନେ ଆମ ସହିତ ଯୋଗଦେଇପାରିବେ l ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ସହ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟାଧାରା ଜାରୀ ରଖିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଅଛି l ଉକ୍ତ “ରାଜ୍ ଯୁବ ପ୍ରତିଷ୍ଠାନ”ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନ, ସୂଚନା ଅଧିକାର କର୍ମୀ ଶାନ୍ତନୁ କୁମାର ସାହୁ, ବ୍ୟାଙ୍କ ଅଧକାରୀ ନିରଞ୍ଜନ ନାୟକ, ଶିକ୍ଷାବିତ୍ ବଲ୍ଳଭ ପ୍ରଧାନ, ପୂର୍ବତନ ସରକାରୀ କର୍ମଚାରୀ ଧନେଶ୍ୱର ମଲ୍ଲିକ, ସମାଜସେବୀ ଶଙ୍କର ବାରିକ, ମାନସ ମହାରଣା ପ୍ରମୁଖଙ୍କ ଉଦ୍ୟମରେ ଉକ୍ତ ସଂଗଠନର କାର୍ଯ୍ୟାଧାରା ପାରିତ ହୋଇଅଛି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ by Proprietor Abhimanyu Maharana May 4, 2026 ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ by Proprietor Abhimanyu Maharana May 4, 2026 Brutal Crime in Nasrapur Sparks Outrage : Accused Arrested by Proprietor Abhimanyu Maharana May 4, 2026 Delay in water supply in Pune : Water to taps only between 1 and 2 pm by Proprietor Abhimanyu Maharana May 4, 2026 ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE. by Proprietor Abhimanyu Maharana May 4, 2026 Chandi Bhandar Celebrates Savitri with the Exquisite “Sangam” Collection by Proprietor Abhimanyu Maharana May 4, 2026