Home ଓଡ଼ିଶା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଅଫିସ ରେ ପଶିଲା ପାଣି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :- ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଡାମରପୁରଠାରେ ଥିବା ରାଜସ୍ବ ନିରୀକ୍ଷକ ( ଆର୍ଆଇ)ଙ୍କ କାର୍ଯ୍ୟାଳୟ ଗ୍ରାମୀଣ ରାସ୍ତାଠାରୁ ନୀଚରେ ଥିବାରୁ ଚଳିତ ବର୍ଷାରେ ଅଫିସରେ ପାଣି ପଶିଛି। ଫଳରେ ଆରଆଇ ଅଫିସକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆର୍ଆଇ ଅଫିସକୁ ଲାଗି ରହିଥିବା ଅଣଓସାରିଆ ଡ୍ରେନ୍ରେ ପାଣି ଯିବାରେ କୌଣସି ସୁବିଧା ନଥିବାରୁ ସବୁତକ ବର୍ଷା ପାଣି ସେଇଠି ଜମି ହୋଇ ରହୁଛି। ପାଣି ବୋହି ସଫା ନକଲେ ସେମିତି ଉବୁଟୁବୁ ହେଉଛି ଅଫିସ ବାରଣ୍ଡା। ଡାମରପୁର ଆର୍ଆଇ ଅଫିସ ଉପରେ ୬ ଗୋଟି ମୌଜାବାସୀ ଯଥା-ବଳଭଦ୍ରପୁର, ବାଲିପାଟଣା, ରାଘପୁର, ପାଳପାଟଣା, ଶ୍ରୀରାମପୁର, ଡାମରପୁର ନିର୍ଭର କରିଥାନ୍ତି । ପାଣି ନିଷ୍କାସନ ବାଟ ଉପରେ ଢଳେଇ ରାସ୍ତା ନିର୍ମାଣ ହୋଇଥିବାରୁ ପାଣି ଯିବାରେ ବାଧା ସୃଷ୍ଟି ହେଉଥିବା ନେଇ ରାଜସ୍ୱ ନିରୀକ୍ଷକ କହିଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ କିପରି ଭାବରେ ସରକାରୀ କାଗଜାତ ସୁରକ୍ଷିତ ରହିବ, ସେ ନେଇ ରାଜସ୍ୱ ନିରୀକ୍ଷକ ପଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି। Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026