Home ଓଡ଼ିଶା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଅଫିସ ରେ ପଶିଲା ପାଣି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :- ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଡାମରପୁରଠାରେ ଥିବା ରାଜସ୍ବ ନିରୀକ୍ଷକ ( ଆର୍ଆଇ)ଙ୍କ କାର୍ଯ୍ୟାଳୟ ଗ୍ରାମୀଣ ରାସ୍ତାଠାରୁ ନୀଚରେ ଥିବାରୁ ଚଳିତ ବର୍ଷାରେ ଅଫିସରେ ପାଣି ପଶିଛି। ଫଳରେ ଆରଆଇ ଅଫିସକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆର୍ଆଇ ଅଫିସକୁ ଲାଗି ରହିଥିବା ଅଣଓସାରିଆ ଡ୍ରେନ୍ରେ ପାଣି ଯିବାରେ କୌଣସି ସୁବିଧା ନଥିବାରୁ ସବୁତକ ବର୍ଷା ପାଣି ସେଇଠି ଜମି ହୋଇ ରହୁଛି। ପାଣି ବୋହି ସଫା ନକଲେ ସେମିତି ଉବୁଟୁବୁ ହେଉଛି ଅଫିସ ବାରଣ୍ଡା। ଡାମରପୁର ଆର୍ଆଇ ଅଫିସ ଉପରେ ୬ ଗୋଟି ମୌଜାବାସୀ ଯଥା-ବଳଭଦ୍ରପୁର, ବାଲିପାଟଣା, ରାଘପୁର, ପାଳପାଟଣା, ଶ୍ରୀରାମପୁର, ଡାମରପୁର ନିର୍ଭର କରିଥାନ୍ତି । ପାଣି ନିଷ୍କାସନ ବାଟ ଉପରେ ଢଳେଇ ରାସ୍ତା ନିର୍ମାଣ ହୋଇଥିବାରୁ ପାଣି ଯିବାରେ ବାଧା ସୃଷ୍ଟି ହେଉଥିବା ନେଇ ରାଜସ୍ୱ ନିରୀକ୍ଷକ କହିଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ କିପରି ଭାବରେ ସରକାରୀ କାଗଜାତ ସୁରକ୍ଷିତ ରହିବ, ସେ ନେଇ ରାଜସ୍ୱ ନିରୀକ୍ଷକ ପଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି। Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026