ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ବିକଶିତ ମେଳା ୬ଷ୍ଠ ଦିନରେ ସଂଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସମ୍ମାନୀୟ ଉପ-ଜିଲ୍ଲାପାଳ, କର୍ଣ୍ଣଦେବ ସମାଦାର ।ଏଥୂ ସହିତ ଡେପୁଟି କଲେକ୍ଟର ତପତି ରାଜ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ପଟ୍ଟନାୟକ, ଡଃ ଅନିଲ କୁମାର ସ୍ବାଇଁ ବୈଜ୍ଞାନିକ,ସୁଚିସ୍ମିତା ଦ୍ବିବେଦୀ, ବୈଜ୍ଞାନିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
