Home ଓଡ଼ିଶା ଶ୍ରୀକ୍ଷେତ୍ରରୁ ଆରମ୍ଭ ଯୁବଛାତ୍ର ଜନ ଜାଗରଣ ଅଭିଯାନ ଡବଲ ଇଞ୍ଜିନ ମୋମୋ ସରକାର ଗାଦି ଛାଡ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁରୀ ବାଲିଗୁଆଳି ନିକଟ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରୁ ସାଂସଦ ବିଧାୟକ, ପୂର୍ବତନ ବିଧାୟକ, ଯୁବ ନେତା,ଛାତ୍ର ନେତା ମାନେ ଯୋଗ ଦେଇଥିଲେ । ୧୨ ମାସରେ ବିଜେପି ସରକାର ୧୨ଟି ଭୁଲ କରିବା ସହ ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛି । ରାଜ୍ଯରେ ଚାଲିଥିବା ବିଦେଶୀ ପୁଞ୍ଜି ନିବେଶ କରିବାରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି । ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରତିଶ୍ରୁତି କେବଳ ଧୂଆଁବାଣ ପାଲଟିଛି । ଟଙ୍କା ଦିଅ ଚାକିରି ନିଅ ନ୍ଯାୟରେ ଚାଲିଛି ନିଯୁକ୍ତି । ଗତବର୍ଷ ଆଡପ ପହଣ୍ଡି ବେଳେ ବଡଠାକୁର ପଡିଗଲେ ତାର ତଦନ୍ତ ହୋଇପାରିନାହିଁ । କଟନି ଛଟନିରେ ୮ରୁ ୧୨କେଜି ଧାନ କଟୁଛି । ଯାଜପୁରର ହଇଜା ୬ ଜିଲ୍ଲାକୁ ବ୍ଯାପିଲାଣି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ମିଛ ଡିଣ୍ଡିମ ପିଟିବାରେ ଏ ସରକାର ଆଗରେ ରହିଛି । ଶ୍ରୀକ୍ଷେତ୍ରରୁ ଏହି ଜନ ଜାଗରଣ ଆନ୍ଦୋଳନ ୩୦ ଜିଲ୍ଲାକୁ ବ୍ଯାପିବ । କଥା ଦେଇ କଥା ରଖୁନି ବିଜେପି ସରକାର । ଏ ସରକାର କେବଳ କଥା ପ୍ରବଳ କାମ ଦୁର୍ବଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କରିବ ଦୁର୍ବାର ଆନ୍ଦୋଳନ କରିବ ବୋଲି ଆଜି ଭରପୁର ସଭାସ୍ଥଳରେ ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଥିଲେ । ରାଜ୍ଯରେ ମୁଖ୍ଯ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ ମୋ ନେତା ନବୀନ ପଟ୍ଟନାୟକଙ୍କ ସମୟରେ ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଥିଲା । ଶ୍ରୀଦାଣ୍ଡ, ଶ୍ରୀସେତୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର, ଭକ୍ତଙ୍କ ପାଇଁ ଏସି ଟର୍ନେଲ, ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ, ଅଠରନଳା ସୌନ୍ଦର୍ଯ୍ୟକରଣ, ଗ୍ରୀନ ଫିଲ୍ଡ ବିମାନ ବନ୍ଦର ଆଦି ଅନେକ ପ୍ରକଳ୍ପ ପୁରୀରେ ହୋଇଥିଲା । ବିଜେପି ସରକାର ବାରମାସରେ ବାର ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଭକୁଆ ବନାଉଛି ବୋଲି ଶ୍ରୀଖୁଣ୍ଟିଆ କହିଥିଲେ । ସାଢେ ତିନିଲକ୍ଷ ନିଯୁକ୍ତି ଦେଇ ପାରିନାହିଁ । ଯୁବକ ଛାତ୍ର ମାନେ ପ୍ରତି ପଞ୍ଚାୟତରୁ ପମ୍ପା ପ୍ରତିଶ୍ରୁତି ଦେଉଥିବା ବିଜେପି ସରକାରର ମୁଖା ଖୋଲିବା ପାଇଁ ଯୁବକ ଛାତ୍ର ମାନେ ପୁରୀଠାରେ ସଂକଳ୍ପ ନେଇଥିଲେ । ଏହି ଡବଲ ଇଞ୍ଜିନ ସରକାର ଡବଲ ମିଛ ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିଛି । ଏହି ସଭାରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ଯୁବ ବିଜେଡ଼ିର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦିକା ଇପସିତା ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦିକା ଏଲିନା ଦାସ,ଲିପୁ ପ୍ରଧାନ, ଅଭିନାଶ ଠାକୁର, ଶୁଭେନ୍ଦୁ ମଙ୍ଗରାଜ, ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ,ଅରୁଣ ସାହୁ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଜେଡି ନେତା ବ୍ଯୋମକେଶ ରାୟ, ବଳବନ୍ତ ରାୟ,ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ଅତୁନ ସବ୍ୟସାଚୀ ନାୟକ, ସର୍ମିଷ୍ଠା ସେଠୀ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ସଞ୍ଜୀବ ମଲ୍ଲିକ, ପ୍ରତାପ ଜେନା,ରୁଦ୍ର ମହାରଥୀ,ପୁଷ୍ପାଞ୍ଜଳି ରଣାଙ୍କ ସମେତ ବହୁ ଛାମୁଆ ନେତା ଯୋଗଦେଇ ରାଜ୍ଯ ସରକାର ଲୋକଙ୍କ ପାଇଁ କାମ କର ନଚେତ ଗାଦି ଛାଡ ଆହ୍ୱାନ ଦେଇଥିଲେ । ସଭାରେ ହଜାର ହଜାର ଯୁବକ ଯୁବତୀ,ମହିଳା ଓ ଦଳୀୟ କର୍ମୀ ନେତାମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ରାଜନୀତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026