ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ସ୍ନାନପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରସ୍ଥ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଭିଷଣ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରୁଛନ୍ତି । ଶ୍ରୀମନ୍ଦିରରେ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିନପାରି ବ୍ୟାକୁଳ ହେଉଛନ୍ତି । ଏହି ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କୁ ଦର୍ଶନ କରି ଶ୍ରୀଜୀଉଙ୍କ ଦର୍ଶନର ସମପୂଣ୍ଯ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶ୍ରୀଅଲାରନାଥଙ୍କ ପ୍ରିୟ ଭୋଗ ଖୀରି ହୋଇଥିବାରୁ ଖୀରି ପ୍ରିୟ ଶ୍ରୀଅଲାରନାଥ ବୋଲି ଭକ୍ତମାନେ କହିଥାନ୍ତି ।
