
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ରଥ ନିର୍ମାଣର ୪୮ ତମ ଦିବସରେ ରଥ ନିର୍ମାଣକାରୀ ସେବକମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ୩୪ ଜଣ ଚିତ୍ରକାର ସଦସ୍ୟ ଶ୍ରୀ ଦେବରାଜ ମହାପାତ୍ର ମୁଖ୍ୟ ଚିତ୍ରକାର ସେବକ ଙ୍କ ତତ୍ତ୍ଵାବଧାନରେ ତିନିରଥ ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

