Home ଓଡ଼ିଶା ବୋଲଗଡ଼, ବେଗୁନିଆ ଓ ଟାଙ୍ଗିରେ ବିକାଶ ରଥକୁ ଉଦଘାଟନ କଲେ – ଭୁବନେଶ୍ବର ସାଂସଦ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୋଲଗଡ଼,ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗି ବ୍ଲକ :- ବୋଲଗଡ଼ ବିଧାୟକଙ୍କ ଅନୁପସ୍ଥିତକୁ ସାଂସଦ କହିଲେ ଜନ ବିରୋଧୀ ଏବଂ ବିକାଶ ବିରୋଧୀ ମେଗା ପ୍ରକଳ୍ପ ଦ୍ବାରା ଜଳସେଚିତ ହେବ ବୋଲଗଡ଼-ବେଗୁନିଆର 7770 ହେକ୍ଟର ଜମି, ସାଂସଦଙ୍କ ଡ୍ରିମ୍ ପ୍ରୋଜେକ୍ଟର ଟେଣ୍ଡର ଫାଇନାଲ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଲକରେ ବିକାଶ ବାହନର ଶୁଭାରମ୍ଭ ହୋଇଛି । ବୋଲଗଡ଼, ବେଗୁନିଆ, ଟାଙ୍ଗି ବ୍ଲକରେ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଇବ ଏହି ରଥ । ତେବେ ଶୁଭାରମ୍ଭ ଅବସରରେ ଏକ ବର୍ଷ ପୂର୍ତ୍ତିର ଉପଲବ୍ଧି ଜନତାଙ୍କ ସହ ବାଣ୍ଟିଥିଲେ ଶ୍ରୀମତି ଷଡ଼ଙ୍ଗୀ । ତା ସହ ରହିଥିବା ସମସ୍ୟାର ସମାଧନ ପାଇଁ ପ୍ରତିଶୃତି ଦେଇଥିଲେ । ବାଘମାରୀ ବାଇପାସ କାର୍ଯ୍ୟ ତୁରନ୍ତ ଶେଷ, ବୋଲଗଡ଼ ଓ ବେଗୁନିଆକୁ ଏନ୍ଏସି ମାନ୍ୟତା, ବେଗୁନିଆରେ 44 କୋଟି ଟଙ୍କାର ମେଡିକାଲ କାର୍ଯ୍ୟ ଶେଷ ହେବ ବୋଲି ସେ କହିଥିଲେ । ତା ସହ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ବୋଲଗଡ଼ ରେଳଷ୍ଟେସନକୁ କାର୍ଯ୍ୟକ୍ଷମ କରିବାକୁ ସେ ପ୍ରତିଶୃତି ଦେଇଥିଲେ । ତେବେ କାର୍ଯ୍ୟକ୍ରମରେ ବୋଲଗଡ଼ ବେଗୁନିଆ ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ସେ କ୍ଷୋବ ପ୍ରକାଶ କରିଥିଲେ । ବିକାଶମୂଳକ କାର୍ଯ୍ୟରେ ବିଧାୟକ ଉପସ୍ଥିତ ନରହିବା ଜନ ବିରୋଧୀ ଏବଂ ବିକାଶ ବିରୋଧୀ । ରାଜନୀତିର ପରିଭାଷା ହେଉଛି ବିକାଶ ଏବଂ ଲୋକଙ୍କ ସମସ୍ୟାର ସମାଧାନ । ବିକାଶର କୌଣସି ଦଳ ନଥାଏ । ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ହେଉଛି ନିର୍ବାଚିତ ପ୍ରତିନିଧିଙ୍କ ଦାଇତ୍ବ ବୋଲି ସେ ମତ ଦେଇଥିଲେ । ଆହୁରି ସେ କହିଥିଲେ 2026 ଜାନୁଆରୀ ଠାରୁ ପ୍ରତ୍ୟକ ଗାଁରେ ପଦଯାତ୍ରା କରାଯିବ । ଏହା ଜରିଆରେ ଲୋକଙ୍କମାନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚରାଯିବ । ଗାଁ ଏବଂ ପଞ୍ଚାୟତକୁ ପକ୍କା ରାସ୍ତା ନିର୍ମାଣ କରାଯିବ । ପ୍ରତ୍ୟକ ଘରକୁ ରାସ୍ତା, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ପହଞ୍ଚାଇବା ଉପରେ ପ୍ରାଥମିକା ଦିଆଯିବ । ଏକ ବର୍ଷ ପରେ ଗାଁରେ ପଲଟିକାଲ ଅଡିଟ୍ କାର୍ଯ୍ୟକ୍ରମ କରାଯିବ । ପଲଟିକାଲ ଅଡିଟ୍ ଦ୍ବାରା ଗାଁରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ଶିଘ୍ର ତ୍ବରାନ୍ନିତ ହୋଇପାରିବ ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଥିଲେ । ତେବେ ଖୁବ୍ ଶିଘ୍ର ଶସ୍ୟ ଶ୍ୟାମଳା ହେବ ବୋଲଗଡ଼ ଏବଂ ବେଗୁନିଆ ଅଞ୍ଚଳ । ମେଗା ଲିପ୍ଟ ଇରିଗେସନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି 302 କୋଟି ଟଙ୍କା ବ୍ୟୟରେ ଲିପ୍ଟ ଇରିଗେସନ ପ୍ରକଳ୍ପ ଆରମ୍ଭ ହେବ । ଏହି ପ୍ରକଳ୍ପ ଦ୍ବାରା 7770 ହେକ୍ଟର ଜମିକୁ ଜଳସେଚିତ କରାଯିବ । ପ୍ରକଳ୍ପ ପାଇଁ ଟେଣ୍ଡର ଆରମ୍ଭ ହୋଇଛି ବୋଲି ସାଂସଦ କହିବା ପରେ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି । ତେବେ 2019 ଏବଂ 2024 ବିଜୟୀ କରି ସେବା କରିବାର ସୁଯୋଗ ଦେଇଥିବାରୁ ବୋଲଗଡ଼ ଏବଂ ବେଗୁନିଆବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଭୁବନେଶ୍ବର ସାଂସଦ । କାର୍ଯ୍ୟକ୍ରମରେ ବୋଲଗଡ଼ ବିଡିଓ, ତହସିଲଦାର, ପୂର୍ବତନ ସମିତି ସଭ୍ୟ ଅଧକ୍ଷ, ବେଗୁନିଆର ବିଡିଓ, ତହସିଲଦାର, ବ୍ଲକ ଚେୟାରମ୍ୟାନ, ଟାଙ୍ଗି ବ୍ଲକ ଅଧକ୍ଷ୍ୟ, ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରାମ ବିଜୁଳି, ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026