କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ଗୁରୁତର ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଝାମ୍ପି ଗ୍ରାମର ପ୍ରଶାନ୍ତ କହଁର ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ୬ଟି ପୁତ୍ର ସନ୍ତାନଙ୍କୁ ଧରି ଅହଲ୍ୟା ବହୁ କଷ୍ଟରେ ଜୀବନ ବିତାଉଥିଲେ ।

