ଆଞ୍ଚଳିକ ବିଶ୍ଵକର୍ମା ସମିତି ର ବାର୍ଷିକ ସମାରୋହ

ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଵାଣପୁର ଆଞ୍ଚଳିକ ବିଶ୍ଵକର୍ମା ସମିତି ପକ୍ଷରୁ ଏକ ବାର୍ଷିକ ସମାରୋହ ବାଲୁଗାଁ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସମିତି ର ସଭାପତି ବିଜୟ ମହାରଣା ଙ୍କ ଆହୂତ କ୍ରମେ ଏହି ସମାବେଶରେ ସମିତି ର ବରିଷ୍ଠ ପରାମର୍ଶଦାତା ଭାଗବତ ମହାରଣା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣପୁର ବ୍ଲକ ର ଗୈ।ରୀଶଙ୍କର ମହାରଣା, ସତ୍ୟନାରାୟଣ ମହାରଣା, ମଙ୍ଗରାଜ ମହାରଣା,

ଚିଲିକା ବ୍ଲକ ର ବ୍ରୃନ୍ଦାଵନ ମହାରଣା, ପ୍ରମୋଦ ମହାରଣା,ରବି ମହାରଣା ପ୍ରମୁଖ ଯୋଗଦେଇ କାରିଗର ମାନଙ୍କ ର ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରେ ସଭ୍ୟ ମାନଙ୍କୁ ସାମିଲ୍ କରାଯିବା, ଆଞ୍ଚଳିକ ଭିତ୍ତି ରେ ବାଲୁଗାଁ ଠାରେ ଭଗବାନ ବିଶ୍ଵକର୍ମା ଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯିବା ଏଵଂ ତତ୍ ସହିତ ଏକ ବିଶ୍ଵକର୍ମା ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବା ନେଇ ସରକାରଙ୍କ ଦ୍ରୃଷ୍ଟି ଆକର୍ଷଣ କରାଯିବାକୁ ବିଚାର ବିମର୍ଶ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ କ୍ରୃଷ୍ଣ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version