Home ଓଡ଼ିଶା ହଜି ଯାଉଥିବା ଗାଁ ର ପରମ୍ପରା ଓ ଐତିହ କୁ ଫେରାଇ ଆଣିବାକୁ ପ୍ରୟାସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗାଁ ରେ ଝିଅ ବୋହୁ, ପୁରୁଷ ଙ୍କ ମେଳରେ ରଜ ପାଳିତ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ବିଗତ ଦିନର ଅଭୁଲା ସ୍ମୃତି ଓ ହଜି ଯାଉଥିବା ଐତିହ ପରମ୍ପରାକୁ ଫେରାଇ ଆଣିବା ପାଇଁ ପ୍ରୟାସ । ପୁଣି ବର ଓ ଆମ୍ବ ଗଛରେ ଦୋଳି ଝୁଲୁଛି । ଗାଁରେ ଝିଅ ବୋହୂ, ପୁରୁଷ ଏକାଠି ହୋଇ ରଜ ପାଳିଛନ୍ତି । ଝୋଟିରୁ ହୁଳହୁଳି, କବାଡ଼ିରୁ ପୂଚି, ଗୀତ, ନାଚ ପୁଣି ଶଙ୍ଖ ଫୁଙ୍ଖା ପ୍ରତିଯୋଗିତା । ତା ସାଙ୍ଗକୁ ମିଠା, ପିଠାର ଆସର । ରଜ ଉତ୍ସବକୁ ରଙ୍ଗାୟିତ କରିଥିଲା । ଯୁବବିକାଶ ପରିଷଦ,ନିମାପଡା ତରଫରୁ ତୃତୀୟ ରଜ ମହୋତ୍ସବ ଛେନୁଅ (ଗୁଡୁସାହି) ଠାରେ ଜାକଜମକରେ ପାଳନ କରାଯାଇଛି । ପାରମ୍ପରିକ ରଜ ପିଠା , ନାଚ ,ଗୀତ, ବିଭିନ୍ନ ପ୍ରକାରର ଖେଳ ରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମାଜ ସେବୀ ମହାସଂଘ ର ସଭାପତି ନାରାୟଣ ଚନ୍ଦ୍ର ଓଝା, ସମ୍ମାନିତ ଅତିଥିସିନେ ଅଭିନେତା ହାଡୁ ବାବୁ, ଅଭିନେତା କେଦାର ମିଶ୍ର, ଲୋକୋ ପାଇଲଟ ବାସୁଦେବ ପାତ୍ର, ସାମ୍ବାଦିକ ତଥା ସମାଜସେବୀ ବିନ୍ଦୂଜା ଉପାଧ୍ୟାୟ , ଶିକ୍ଷାବିତ ପ୍ରସନ୍ନ କର, ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା, ଅଧ୍ୟାପକ ସୁବ୍ରତ ମହାନ୍ତି, ଅଧ୍ୟାପକ ମାନସ ରଞ୍ଜନ ସ୍ବାଇଁ, ଯୁବକବି ଜିତେନ୍ଦ୍ରିୟ ବେହେରା, ସଦାଶିବ ବେହେରା, ପୂର୍ବତନ ଶିକ୍ଷକ ଭଗବାନ ବେହେରା, ମନମୋହନ ସେଠି , ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ ,ଚନ୍ଦ୍ରକାନ୍ତ ବରାଳ,ବ୍ରହ୍ମାନନ୍ଦ ସାହୁ, ଦର୍ପ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗଠନ ର ଉପସଭାପତି ତଥା ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ । ଏଠାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଓଡ଼ିଶାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତି ଯଥା -ସାମ୍ବାଦିକା, ସମାଜସେବୀ, ସ୍ବାସ୍ଥ୍ୟ ସହାୟିକା, ଏବଂ ଲୋକୋ ପାଇଲଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବୋପରି ପଲ୍ଲୀରେ ପୁଲକିତ ବାସ୍ନା ବରେଣ୍ୟ ଅତିଥି ଓ ଗ୍ରାମବାସୀଙ୍କୁ ବିମୋହିତ କରିଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026