ଦୁଇ ଗୋଟି ପଞ୍ଚାୟତ ରେ ବିକାଶ ବାହାନ ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ମଙ୍ଗଳ ବାର ବିରିଡି ବ୍ଲକ ଅନ୍ତର୍ଗତ ମଙ୍ଗୁଲି ଓ ଉକୁନ୍ଦରା ପଞ୍ଚାୟତ ରେ ବିକାଶ ବାହାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମଙ୍ଗୁଲି ପସଞ୍ଚାୟତ ରେ ରଥକୁ ବିଡ଼ିଓ ଆୟୁଷି ପତି ଉଦ୍ଘାଟନ କରିଥିଲେ l ତାଙ୍କଶହ ସରପଞ୍ଚ ନିରଞ୍ଜନ ସେଠୀ, ସମିତି ସଭ୍ୟା ଲିଳିମା ଭୋଇ ଜିପିଓ ପାୟଲ ମହାପାତ୍ର,

କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ ବିପିଏମ ରୁଦ୍ର ପ୍ରତାପ ନନ୍ଦ, ଏମ୍ବିକେ, ଏସ ଏଚ ଜି ମହିଳା ମାନେ ଉପସ୍ଥିତ ଥିଲେ l ରାଜ୍ୟରେ ଏକ ବର୍ଷର ଭାଜପା ସରକାର ଜନସାଧାରଣ ମାନଙ୍କ ପାଇଁ କଣସବୁ ଜନହିତକର ଯୋଜନା କରି ଛନ୍ତି ସେଗୁଡିକୁ ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ l

ପଞ୍ଚାୟତ ରେ ଅନ୍ତୋଦ୍ୱୟ ଗୃହ ଯୋଜନାରେ 10ଟି ଗୃହ, ସ୍ୱାସ୍ଥ୍ୟ କାର୍ଡ, ଭତ୍ତା, ଆଧାର ସଂଶୋଧନ, ମାଟି ପରୀକ୍ଷା ସାର୍ଟିଫିକେଟ, ଆଦି ବଣ୍ଟନ କରାଯାଇଥିଲା l ସେହିପରି ଉକୁନ୍ଦରା ପଞ୍ଚାୟତ ରେ ଏହି ରଥକୁ ବିଡ଼ିଓ ଆୟୁଷି ପତି ଉଦ୍ଘାଟନ କରିଥିଲେ l ତାଙ୍କ ସହ ସରପଞ୍ଚ ସରୋଜିନୀ ବାରିକ,

ସମିତି ସଭ୍ୟା ପ୍ରଜ୍ଞା ପରମିତା ଜେନା, ପିଇଓ ଚନ୍ଦ୍ର ମୋହନ ହେମରମ, ଏଡିଓ ସିଦ୍ଧାର୍ଥ ଜେନା, ନାଏଵ ସରପଞ୍ଚ ତ୍ରିଲୋଚନ ପାତ୍ରସାମାଜିକ କର୍ମୀ କଲ୍ୟାଣ ବାରିକ, ତାପସ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ କାର୍ଡ ବଣ୍ଟନ,

ଆଧାର ସଂଶୋଧନ, ମୂର୍ତ୍ତିକା ପରୀକ୍ଷା କାର୍ଡ, ଜାତି ପ୍ରମାଣ ପତ୍ର, ଆଦି ବଣ୍ଟନ କରାଯାଇଥିଲା l ଏଥିରେ ସାଧାରଣ ଲୋକେ ଏ ସରକାର ସମୟରେ କଣ ସବୁ ସୁବିଧା ପାଉଛନ୍ତିତାହା କୁହା ଯାଇଥିଲା l କଳା କାର ମାନେ ନିଶା ନିବାରଣ ଉପରେ ସଂଗୀତ ଗାନ କରିଥିଲେ l

Exit mobile version