ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫେଲୋସିପ ଅଜିମ ପ୍ରେମଜୀ ଫାଉଣ୍ଡେସନ ଏବଂ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ୧୧ଟି ସମ୍ମାନଜନକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ସମ୍ମିଳିତ ପ୍ରୟାସ ହୋଇଛି । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ ଫେଲୋମାନଙ୍କୁ ଗ୍ରାମାଂଚଳରେ ରୋଗୀମାନଙ୍କ ସହିତ ଫଳପ୍ରଦ ଭାବରେ କାମ କରିବାର ଅନୁଭବ ସହିତ ଶିଖିବାର ସୁଯୋଗ ମିଳିବ । ବରିଷ୍ଠ ଡାକ୍ତରମାନଙ୍କ ଦ୍ୱାରା ବହୁବିଧ ରୋଗ ଚିକିତ୍ସା ଓ ମାର୍ଗଦର୍ଶନ ସେମାନଙ୍କୁ ସଫଳ ଚିକିତ୍ସା କୋ÷ଶଳ ଏବଂ ଗୋଷ୍ଠୀ ଅନୁଭୂତି ହାସଲ କରିବାରେ ଏହା ସୁଯୋଗ ପ୍ରଦାନ କରିବ ।
