Home ଓଡ଼ିଶା ବିକାଶର ବାର୍ତ୍ତା ପ୍ରଚାର ପାଇଁ ବୋଲଗଡ଼ : ବଡ଼କୁମାରୀ ପଞ୍ଚାୟତ “ବିକାଶ ବହନ” ଗଡ଼ିଲା ପରିକ୍ରମା ରଥ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଶାସନର ଏକବର୍ଷ ପୂର୍ତ୍ତି ଓ କେନ୍ଦ୍ରସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ (ଲୋକଙ୍କ ସେବାରେ ସମର୍ପିତ ଏକବର୍ଷ ) ବିକାଶର ବାର୍ତ୍ତା ପ୍ରଚାର ପାଇଁ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତ ପରିସରରେ ବିକାଶ ବହନ ପରିକ୍ରମା ରଥ କାର୍ଯ୍ୟକ୍ରମ ସୋମବାରଦିନ ଶୁଭାରମ ହୋଇଯାଇଅଛି l ଏହି ବିକାଶ ବାହନ ପଞ୍ଚାୟତର ସମସ୍ତ ଗ୍ରାମବୁଲି ବିକାଶ ବାର୍ତ୍ତା ପ୍ରଚାର କରିବ! ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ବଡ଼କୁମାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଖୋର୍ଦ୍ଧାଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟ,ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅସିତ ମୋହନ ମହାପାତ୍ର ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ ପରିଡାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବହୁ ଆଶା କର୍ମୀ ପ୍ରମୁଖ ଯୋଗଦେଇ ଥିଲେ l କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ, ଛlତ ସବୁ ମୁଣ୍ଡକୁ, ସ୍ୱାସ୍ଥ୍ୟ ଓ ଶିକ୍ଷା ସମସ୍ତଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ପ୍ରତ୍ୟେକ ଜନସାଧାରମାନଙ୍କ ନିକଟରେ ପହଞ୍ଚିପାରିବ ସେ ବିଷୟରେ ସରପଞ୍ଚ ଶ୍ରୀ ପ୍ରଧାନ ସମସ୍ତଙ୍କୁ କହିଥିଲେ l ଏହି ଅବସରରେ ସାନକୁମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମା ” ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମରେ ହରିଡ଼ା, ଆକାଶୀ, କଦମ୍ବ, ଲିମ୍ବ ଓ ଆମ୍ବ ଆଦି ଚାରା ରୋପଣ କରାଯାଇଥିଲା l ପରେ ପଞ୍ଚାୟତର ଗରିବ ହିତାଧିକାରୀମାନଙ୍କୁ ରାସନ କାର୍ଡ, ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିଲା l ସୁଭଦ୍ରା ଯୋଜନାରେ ସ୍ୱାବଲମ୍ବୀ ମହିଳାଙ୍କ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଆଧାର ସଂଶୋଧନ ଷ୍ଟଲ ଖୋଲାଯାଇଥିଲା l ଇ -ସେବା ମାଧ୍ୟମରେ ନୂତନ ଆଧାର କାର୍ଡ, ଆଧାର, ଆୟୁଷ୍ମାନ କାର୍ଡ, ଇ -କେ୍ୱାସୀ, ଵୟୋ ବନ୍ଦନା କାର୍ଡ, ନୂତନ ଆବାସ ଆଦି ସୁବିଧା ପାଇପାରିବେ l ଆଧାର କାର୍ଡରେ ଭୁଲ ଥିବା ବହୁ ହିତାଧିକାରୀମାନେ ଯୋଗଦେଇ ନିଜନିଜର ଆଧାର ସଂଶୋଧନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟା/ସଭ୍ୟ ଓ ମାଷ୍ଟର ଵୁକ୍ କିପର ସରୋଜିନୀ ବିଶୋଇ,ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ନିରୁପମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ରନାଥ ପରିଡା ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026 ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ by Proprietor Abhimanyu Maharana October 8, 2026