ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ମ୍ୟାଲେରିଆ ,ଡେଙ୍ଗୁ, ଡାଇରିଆ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ସୁଶାନ୍ତ କୁମାର ଦାସ ଡାଇରିଆ ନିରାକରଣ ଅଭିଯାନ ଓ ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ବିଶଦ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ ବନମାଳୀ ପ୍ରଧାନ ମ୍ୟାଲେରିଆ ,ଡେଙ୍ଗୁ ଓ ଡାଇରିଆ ଉପରେ ଅନ୍ୟ ବିଭାଗର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ ।

