ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମାୟାଧର କ୍ଲାସେସ ଓଡ଼ିଶାର ଏକ ପ୍ରତିଷ୍ଠିତ କୋଚିଂ ସଂସ୍ଥା, ଏହାର ଶ୍ରେଷ୍ଠ ନିଟ୍ ଗ୍ୟାଙ୍କର୍ସମାନଙ୍କୁ ଡ. ମାୟାଧର ସାହୁଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ଏହି ସଂସ୍ଥାର ପ୍ରତିଷ୍ଠାତା ଡ. ମାୟାଧର ସାହୁ ଶିକ୍ଷା ପାଇଁ ଉପଯୁକ୍ତ ଏବଂ ପର୍ଯ୍ୟାପ୍ତ ଭୌତିକ ଭିତ୍ତିଭୂମିର ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ଵର ସତ୍ୟବିହାର ଠାରେ ଏହାର ନିଜସ୍ଵ କୋଠାରେ ଉଚ୍ଚ ଗୁଣବତ୍ତା ଶିକ୍ଷା ପ୍ରଦାନ କରି ଆସୁଅଛି । ଏହାର ଲକ୍ଷ୍ୟ ହେଉଛି ନିଟ୍, ଜେଇଇ, ଓୟୁଏଟି, ଆଇଆଇଏସ୍ଇଆର, ନାଇଜର ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା ।
