ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ସଂସ୍କୃତି ରେ ରଜ ଏକ ନିଆରା ପର୍ବ l ମାଟି ମା” ତିନିଦିନ ଧରି ରଜବତୀ ହୋଇଥାଏ ତେଣୁ କୁଆଁରୀ ଝିଅ ମାନେ ରାତିରୁ ଉଠି ଏହି ପର୍ବକୁ ଆନନ୍ଦରେ ପାଳନ କରନ୍ତି l ଯେହେତୁ ରଜ ଏକ କୃଷି ଭିତିକ ପର୍ବ 4ର୍ଥ ଦିନ ବସୁମତୀ ଙ୍କୁ ସ୍ନାନ କରି କୃଷକ ମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି l ଏହି ପର୍ବରେ ଗୁଡୁଗୁଡୁ, ତାସ, ଲୁଡୁ ଦୋଳି ଆଦି ଖେଳ ଭାଇଚାରା ପଣିଆ ସୃଷ୍ଟି କରିଥାଏ ବର୍ଷାଦିନ ଆସିବା ପୂର୍ବରୁ ପୋଡ଼ ପିଠା ଖାଇ ଶରୀରକୁ ସୁସ୍ଥ ରଖିବାର ବୈଜ୍ଞାନିକ ସମତରହିଛି l

