ମୁମ୍ବାଇ (ଓଡ଼ିଶା ତାଜା ନ୍ୟୁଜ୍) ମୁମ୍ବାଇ :- ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ରୟ କନ୍ନଡ ଗୀତ ‘ଆଇ ଲଭ୍ ୟୁ ଆପ୍ପା’ରୁ ପ୍ରେରଣା ଲାଭକରି ଏହି ପ୍ରଚାର ଅଭିଯାନ ‘ଜେଂଟଲ ଆଜ୍ ଡାଡ’ଶୀର୍ଷକରେ ଝିଅଟିଏ ଏକ ନବଜାତକରୁ ଜଣେ ଯୁବତୀ ଭାବରେ ବିକାଶ ଲାଭ କରିବା ଅବସରରେ ଜଣେ ବାପା ଓ ତାଙ୍କ ଝିଅଙ୍କ ମଧ୍ୟରେ ଭାବପ୍ରବଣଗତ ସମ୍ପର୍କକୁ ଅତିସୁନ୍ଦର ଭାବରେ ଧରି ରଖୁଛି ।
ଆଂଚଳିକ ଦର୍ଶକଙ୍କ ସହିତ ଗଭୀର ଭାବରେ ମେଳ ଖାଉଥିବା ଲୋକପ୍ରିୟ ସଂଗୀତକୁ ଛଅଟି ଭାରତୀୟ ଭାଷା- ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ, ମରାଠୀ ଏବଂ ବେଙ୍ଗଲି ଭାଷାରେ ଅନୁବାଦ କରାଯାଇଛି, ଯାହଦ୍ୱାରା ଆଂଚଳିକ ପ୍ରାସଙ୍ଗିକତା ଏବଂ ଏକ ଗଭୀର ଭାବଗତ ସମ୍ପର୍କକୁ ସୁନିଶ୍ଚିତ କରାଯାଉଛି । ଏହି ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚର୍କବର୍ତୀ ଏନ ଭି, ଡାଇରେକ୍ଟର, ବେବିକେୟାର, ହିମାଳୟ ୱେଲନେସ୍ କମ୍ପାନୀ କହିଥିଲେ, “ବାପାମାନେ ଅନେକ ସମୟରେ ଏକ ଶିଶୁର ଜୀବନରେ ନୀରବ ସ୍ତମ୍ଭ ହୋଇଥାନ୍ତି- ଯେଉଁଥିରେ ପଶ୍ଚାତଭାଗରେ କୋମଳପଣ, ଦୃଢତା ଏବଂ ସଦା ଉପସ୍ଥିତି ରହିଥାଏ ଏବଂ ସେମାନେ ସ୍ନେହ ଓ ସୁରକ୍ଷା ଜରିଆରେ ସେମାନଙ୍କ ଶିଶୁର ଦୁନିଆଁକୁ ଗଢି ତୋଳିଥାନ୍ତି ।
