ଭରପୁର ମଉଜ ମଜଲିଶରେ ଶେଷ ହେଲା ନୂଆଗଡ ରଜ ମହୋତ୍ସବ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ କଟକ ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନୂଆଗଡ ‌ଅନନ୍ତ ବଳିଆ କଲେଜ ପରିସରରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ମଉଜ ମଜଲିଶରେ ସୋମବାର ରାତି ୯ ଟାରେ ଶେଷ ହୋଇଛି । ନିୟୁ ଷ୍ଟାର ୟୁଥ୍ କ୍ଳବ୍ ଏବଂ ନୂଆଗଡ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା ଏବଂ ରଜ ସଂପର୍କରେ ଆୟୋଜିତ ସଭାରେ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥି ଅଧ୍ୟକ୍ଷତା କରିଥିଲେ ।

ଉକ୍ତ ସଭାରେ ସ୍ତମ୍ଭକାର ଶ୍ରୀ ସନ୍ୟାସି ଜୀ , ଶିକ୍ଷ।ବିତ ଶରତ ଚନ୍ଦ୍ର ରଥ , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର , ଚଳଚ୍ଚିତ୍ର ଅଭିନେତା ବାବୁ ପ୍ରଧାନ ,ସିଏମସି ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ପ୍ରମୁଖ ଯୋଗ ଦେଇ ରଜ କାହିଁକି ପାଳନ କରାଯାଏ ସଂପର୍କରେ ଉପସ୍ଥିତ ପିଲାମାନଙ୍କୁ ଉଦବୋଧନ ମାଧ୍ୟମରେ ସଚେତନ କରାଇଥିଲେ ।

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ‌ ୫୮ ନମ୍ବର ୱାର୍ଡର ‌କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ଅତିଥି ଭାବେ ଯୋଗ ଦେଇ ରଜ ପାନ ସଂପର୍କରେ ଆଲୋକ ପାତ କରିଥିଲେ ।

ନିୟୁତ ଷ୍ଟାର ୟୁଥ୍ କ୍ଳବର ସଭାପତି ସନ୍ତୋଷ ସାମନ୍ତରାୟଙ୍କ ପରାମର୍ଶ କ୍ରମେ କ୍ଲବର ଉପ ସଭାପତି ତଥା ରଜ ମହୋତ୍ସବର ମୁଖ୍ୟ ଆୟୋଜକ ଦେବେନ୍ଦ୍ର ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ କାଳିନ୍ଦୀ ରାଉତ, ‌ଗ୍ରାମ୍ୟ କମିଟିର ସଚୀଵ ପ୍ରଶାନ୍ତ କୁମାର ମହିପାତ୍ର , ଗୈ।ତମ ସାମଲ ,

ହେମନ୍ତ କୁମାର ମହାପାତ୍ର , ବିଶ୍ଵନାଥ ‌ ରାଉତ , ଶ୍ରୀକାନ୍ତ ରାଉତ, ମଣ୍ଟୁ ଲେଙ୍କା, ତପନ ରାଉତ, ଆଦିକନ୍ଦ ମହାରଣା, ରଞ୍ଜନ ସ୍ଵାଇଁ, ଛବିନ ନାୟକ , କାଳିନ୍ଦୀ ପ୍ରଧାନ , ଗୋପି ନାୟକ, ଧନଞ୍ଜୟ ମହାପାତ୍ର, ପ୍ରକାଶ ନାୟକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ,ଯୋଗଦାନ କରି ରଜ ମହୋତ୍ସବ କୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ । ରଜ ତିନି ଦିନ ଧରି ନୂଆଗଡ ଏବଂ ଆଖପାଖ ଅଞ୍ଚଳର ପିଲାମାନେ ଆୟୋଜିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ସେମାନଙ୍କ ଭିତରେ ଲୁଚି ରହିଥିବା କଳାକୁ ଉପସ୍ଥିତ ଦର୍ଶକଙ୍କ ସମ୍ମୁଖରେ ନିଜ ମଧ୍ୟରେ ଥିବା କଳାକୁ ନୃତ୍ୟ ସଙ୍ଗୀତ ମାଧ୍ୟରେ ପରିପ୍ରକାଶ କରିଥିଲେ ।

ଆୟୋଜିତ ରଜ ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା ରେ ବିଭିନ୍ନ ଗ୍ରାମର ପିଲାମାନେ ଅଂଶ ଗ୍ରହଣ ‌କରି ସୁନ୍ଦର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏଠାକୁ ଆସୁଥିବା ଯୁବତୀ, ମହିଳା ‌ଏବଂ ଛୋଟ ପିଲାମାନେ ଦୋଳି ଖେଳିବା ସହିତ ରଜ ପାନ, ପକୁଡ଼ି , ପୋଡପିଠା ଖାଇବା ପାଇଁ ନିୟୁଷ୍ଟାର ୟୁଥ୍ କ୍ଳବର ସଦସ୍ୟ ମାନେ ଯୋଗାଇ ଦେଇଥିଲେ । ନିୟୁଷ୍ଟାର ୟୁଥ୍ କ୍ଳବର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହି ‌କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ର । ପକ୍ଷରୁ ସମସ୍ତ ଙ୍କୁ ଖାଇବାକୁ ଦିଆ ଯାଇଥିଲା ।

ଏଠାକୁ ‌ରଜ ମହୋତ୍ସବ ପାଳନ କରିବାକୁ ଆସିଥିବା ପ୍ରତି ଯୋଗୀମାନଙ୍କୁ ଉତ୍ସାହିତ କରାଯିବା ସହିତ ପ୍ରଥମ , ଦ୍ଵିତୀୟ ତୃତୀୟ ହୋଇଥିବା ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା କୁ ସୁନିଲ କୁମାର ଜେନା, ଲକ୍ଷ୍ମୀଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version