Home ଓଡ଼ିଶା ତିନିରଥ ରଚାରି କୋଣ ଗୁଡ଼ିକୁ ଛାଡି ତିନିରଥ ଉପର ତାଗ ଗାଡ଼ିଆ ଶେଷ ହୋଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଜି ରଥ ନିର୍ମାଣର ୪୭ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ଆଜି ମୁଖ୍ୟ ଚିତ୍ରକାର ସେବକ ଦେବରାଜ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ୩୪ ଜଣ ଚିତ୍ରକାର ସେବକ ତିନିରଥ ବାହ୍ୟ ଅଂଶ ତଥା ରଥ ଦେବ ଦେବୀ ଇତ୍ୟାଦି ର ରଙ୍ଗ କାର୍ଯ୍ୟରେ ନିୟୋଜିତ ଅଛନ୍ତି) ରଥ ନିର୍ମାଣ ଅଗ୍ରଗତି (ଗତକାଲି ସୁଦ୍ଧା ତିନି ରଥର ମୂଳ କାଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନିରଥ ର ପାରାଭାଡ଼ି ସମେତ ପୋଟଳ ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା….) ତିନି ଭୂଇଁ ରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ ସାମଗ୍ରିକ ଭାବେ ତିନିରଥ ର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ତିନିରଥ ର ମହାରଣା ସେବକ ଏବଂ ଭୋଇ ସେବକଙ୍କ ମିଳିତ ସହଯୋଗରେ ତିନିରଥ ର ପ୍ରଥମ ଭୂଇଁ ଉଭୟ ପଟରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡିଆ ଯାଇ,ଅଗ ଭୂଇଁ ବା ତୃତୀୟ ଭୂଇଁ ରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡ଼ିଆ ଶେଷ ହୋଇଛି । (ଭୂଇଁ ଫ୍ରେମ ଗୁଡ଼ିକୁ ମଜବୁତ୍ କରି ଗଢି ତୋଳିବା ପାଇଁ ଭୂଇଁ ଫ୍ରେମ ର ଉଭୟ ପାର୍ଶ୍ଵରେ କଇଁଚି ସଦୃଶ କ୍ରସ୍ କରି କାଠ ବଟନ୍ ବାଡିଆ ଯିବା ସହ ମଝି ଭୂଇଁ ଏବଂ ଅଗ ଭୂଇଁ ର ଉଭୟ ପଟରେ ଦୁଇଟି ୧୬ ଫୁଟିଆ ବଟନ୍ ପଟା ର ଉଭୟ ପଟ କାପ କରାଯାଇ ଭୂଇଁ ଫ୍ରେମ ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ବାନ୍ଧେଣୀ କରାଯାଇଛି) *ଏଥିସହ ଆଜି ତିନିରଥ ରଚାରି କୋଣ ଗୁଡ଼ିକୁ ଛାଡି ତିନିରଥ ଉପର ତାଗ ଗାଡ଼ିଆ ଶେଷ ହୋଇଛି। *ଏଥିସହ ଗତକାଲି ତିନିରଥ ର ତୃତୀୟ ଭୂଇଁ ଉପରେ ସେଟିଂ ହୋଇଥିବା ଏକ ନମ୍ୱର ପୋଟଳ ବା ବଡଥଳ ପୋଟଳ କୁ ଟେକି ଧରି ରଖିବା ପାଇଁ ତୃତୀୟ ଭୂଇଁ ଉପରେ ୪ ଟି ଲେଖାଏଁ ପୋଟଳ ଖମ୍ବି ଏବଂ ଦୁଇଟି ଲେଖାଏଁ ଶେଣି ସେଟିଂ କରାଯାଇଛି। *ଏଥିସହ ତିନିରଥ ର ପୋଟଳ ସମେତ ପାରା ଭାଡ଼ି ଏବଂ ଖପୁରୀ ର ନିର୍ମାଣ କାର୍ଯ୍ୟ ଶେଷ । *ଏଥିସହ ତିନିରଥ ର ୪ଟି ଲେଖାଏଁ ଚନ୍ଦ୍ର ଶାଳୀ ନିର୍ମାଣ ଶେଷ ହୋଇଛି। *ଏଥିସହ ଆଜି ତିନିରଥ ର କଳସ ରେ ସିଲଭର ଚଦର ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି। *ଚିତ୍ରକାର ସେବକ ମାନେ ତିନିରଥ ର ବାକି ୧୬ ଗୋଟି ନାଟ ଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିସହ ରୂପକାର ସେବକ ମାନେ ତିନି ରଥର ପଟା ଗୁଜ ଗୁଡ଼ିକରେ ନର ବିରାଲ, ଗଜ ବିରଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି। *ଚିତ୍ରକାର ସେବକ ମାନେ ରଥ ପାର୍ଶ୍ଵ ଦେବ ବେବୀ ମାନଙ୍କ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ସହ, ତିନିରଥ ବାହ୍ୟ ଅଂଶ କୋଣ ଗୁଜ ,ପଟାଗୁଜ, ଚକ ଇତ୍ୟାଦିରେ ଧଳା ପ୍ରାଇମର୍ ଦେବାପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। *ଦରଜୀ ସେବକ ମାନେ ତିନିରଥ କନା କଟିଙ୍ଗ ପରେ ବତା କନାରେ ବିଳାସ ପଟୀ ସହ ଲେସ ପକା କାର୍ଯ୍ୟ ଜାରୀ ରଖିଛନ୍ତି। *ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଶେଷ କରି ପୋଟକ ପାଇଁ ଜଂଘା କଣ୍ଟା, ଶୁଆ ଫିଟିଙ୍ଗ ପାଇଁ ନାରଜ କଣ୍ଟା ଏବଂ ଏଲ କ୍ଲାମ୍ପ, ଇଉ କ୍ଳାମ୍ପ ନିର୍ମାଣ ଜାରୀ ରଖିଛନ୍ତି। ତା୧୬.୦୬.୨୦୨୫ରିଖ,ସୋମବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୭ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ର ମହାରଣା ସେବକ – ୭୮ *ତିନିରଥ ର ଭୋଇ ସେବକ – ୭୬ *ତିନିରଥ ର କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୨୦ *ତିନିରଥ ର ରୂପକାର ସେବକ – ୨୧ *ତିନିରଥ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣି ବାଲା) – ୧ ମୋଟ – ୨୦୪ ଜଣ. Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026