Home ଓଡ଼ିଶା ଓଡ଼ିଶାରେ ଚାଲିଛି କଥାକୁହା ଡାହୁକ ସରକାର ପୁରୀଜିଲ୍ଲାରେ କଂଗ୍ରେସକୁ ସୁଦୃଢ କରାଯିବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂସ୍କୃତି ଭବନ ଠାରେ କଂଗ୍ରେସ ସଂଗଠନକୁ ଜିଲ୍ଲାରେ ସୁଦୃଢ କରିବା ପାଇଁ ମାନସ ମନ୍ଥନ ବୈଠକ ଏକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ୧ ପ୍ରତାରଣା ଅନେକ ଶୀର୍ଷକ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୩ ବର୍ଷର ବିଫଳତା ବିଷୟରେ ଆଲୋକପାତ କରାଯାଇଥିଲା ମୁଖ୍ୟ ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଅପରେସନ ସିନ୍ଦୂର ପରେ ସରକାର ରାଜକୋଷରୁ ନିଜର ଦଳୀୟ ପ୍ରଚାର ପ୍ରସାର କରିଥିବା ଅଭିଯୋଗ କରି କହିଲେ, ପହେଲଗାମ ରେ ଯେଉଁ ୪ଜଣ ଆତଙ୍କବାଦୀ ଦମନ ଲିଳା ରଚେଇ ଧର୍ମ ପଚାରି ନିରିହ ହିନ୍ଦୁ ମାନଙ୍କୁ ହତ୍ୟା କଲେ ସରକାର ସେମାନଙ୍କୁ ଏ ପର୍ଯ୍ୟନ୍ତ ମାରି ପାରିଲେ ନାହିଁ । ଏବଂ ସରକାର ଦରଦାମ୍ ବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟରେ ନାରୀ ନିର୍ଯ୍ୟାତନା ଅସହ୍ୟ ରୂପ ଧାରଣ କରିଥିବା ବେଳେ ସରକାର କେବଳ ସବୁଜ ରଙ୍ଗ ବଦଳରେ ଗେରୁଆ ରଙ୍ଗ କରିବାରେ ଏକ ବର୍ଷ ବିତିଗଲା । ସେହିପରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ଉଭୟ ବିଜେଡି ଓ ବିଜେପି ମିଳିତ ଭାବରେ ରାଜ୍ୟର ଖଣି ପାଣି ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଦୁର୍ନୀତି ର କଳା ଛାୟା ଖେଳାଇ ଦେଇଥିଲେ ଏବଂ ପେଟ୍ରୋଲ, ଡିଜେଲ ଗ୍ୟାସ ଦର ଆକାଶଛୁଆଁ ଦର କିନ୍ତୁ ଏହି ବିଜେପି କଂଗ୍ରେସ ଶାସନ ସମୟରେ ଗ୍ୟାସ ଦର ୪୩୫ ଟଙ୍କା କୁ ବୃଦ୍ଧି ହୋଇଥିବାରୁ ରାଜ ରାସ୍ତାରେ ଆନ୍ଦୋଳନ କରିଥିଲେ । ସେହିପରି ଯୁବ କଂଗ୍ରେସ ନେତା ୟାସିର ନଓ୍ବାଜ କେନ୍ଦ୍ର ମୋଦି ସରକାର ବାର୍ଷିକ ୨କୋଟି ବେକାରୀଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ ମାତ୍ର ସେଥିରେ ବିଫଳ ହେଲେ ଏବଂ ରାଜ୍ୟ ସରକାର ଧାନ କିଣାରେ ରେ ବ୍ୟାପକ ଅନିୟମିତତା କରୁଛନ୍ତି ଏବଂ କଟନି ଛଟନୀ କରାଯିବନି କହି ପ୍ରତି ବସ୍ତାରେ ୮ ରୁ ୧୦ କିଲ ଧାନ କାଟିବା ରାଜ୍ୟ ଚାଷୀଙ୍କୁ ଧୋକା ଦେବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ ଜଳସେଚନ ଠାରୁ ଆରମ୍ଭ କରି ପୁରୀ ଜିଲ୍ଲାର ର ମୁଖ୍ୟତଃ ଧାନ,ପାନ, ମିନ ଏବଂ ଦୁଗ୍ଧ ଚାଷୀ ଙ୍କ ବିଭିନ୍ନ ସମସ୍ୟା ଦିଗରେ ସରକାରଙ୍କୁ ନିଶାଣ କରିଥିଲେ। ଆଜିର କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ସଂପାଦନ ହୋଇଥିବା ବେଳେ ପୁରୀ ଜିଲ୍ଲା ସମସ୍ତ ବ୍ଲକ୍ କଂଗ୍ରେସ ସଭାପତି ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ନିଜର ଆଭିମୁଖ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପିଶ୍ରୀ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ସସ୍ମିତା ସ୍ବାଇଁ, ଉତ୍ତମ ଆଚାର୍ଯ୍ୟ, ସୁଜିତ ମହାପାତ୍ର,ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ଗୋପ ବ୍ଲକ ସଭାପତି ନିଳମଣି ପ୍ରଧାନ, ବିଶ୍ବଭୂଷଣ ଦାସ, ପ୍ରେମାନନ୍ଦ ମହାନ୍ତି, ଉମାକାନ୍ତ ବରାଳ, ସେକ ସଫିକଉଦିନ, ପ୍ରେମଜିତ ମହାନ୍ତି, ଭାସ୍କର ସେଠ, ବୁଟୁ ସାହୁ, ଅରୋପ୍ରସାଦ ମିଶ୍ର, ଡ଼ଃ ନିରଞ୍ଜନ ବିଶ୍ବାଳ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମନୋଜ କୁମାର ରଥ, ଅବଧୂତ ସ୍ବାଇଁ, କାଳୀ ପ୍ରସାଦ ନାୟକ, ବିପିନ ମହାନ୍ତି, ସୈମ୍ୟକାନ୍ତ ଖୁଣ୍ଟିଆ, ଲଲାଟେନ୍ଦୁ ଦାସ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ସାହୁ, ଗ୍ୟାନ ପଟ୍ଟନାୟକ, ମନୋଜ କୁମାର ସାହୁ, ନିର୍ମଳ ପରିଡ଼ା, ଆର୍ତ୍ତତ୍ରାଣ ସାହୁ, ବିଷ୍ଣୁପ୍ରସାଦ ମିଶ୍ର, ନଗର କଂଗ୍ରେସ ‘କ’ ସଭାପତି ଛବିନ୍ଦ୍ର ପଢିଆରୀ, ନଗର କଂଗ୍ରେସ ‘ଖ’ ସଭାପତି ଅମରେନ୍ଦ୍ର ପାଇକରାୟ , ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବିଭୁପ୍ରସାଦ ମିଶ୍ର, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ନିମାପଡ଼ା ବ୍ଲକ ସଭାପତି କାଳନ୍ଦୀ ବାରିକ, ଶ୍ରୀବତ୍ସ ମିଶ୍ର, ସ୍ବାଧୀନ କୁମାର ପଣ୍ଡା, ଯୁବ କଂଗ୍ରେସ ଜିଲ୍ଲା ସଭାପତି ଆଲୋକ ଦାଶ, ରଜତ କୁମାର ସାହୁ, ଜିବେଶଚନ୍ଦ୍ର ରଥ, ଉମାକାନ୍ତ ବେହେରା, ଦୁର୍ଗାପ୍ରସାଦ ସାମନ୍ତରାୟ, ଅନିମେଶ ପଟ୍ଟନାୟକ, ଚେତନ ମିଶ୍ର, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ବିଶ୍ବରଂଜନ ମହାପାତ୍ର, ସୈମ୍ୟକାନ୍ତ ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ସାମ୍ୱାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026