ଉପାନ୍ତ ଅଂଚଳରେ ରଜ ପର୍ବ ପାଳିତ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରଜ ହେଉଛି ଓଡ଼ିଶାର ଏକ ବୃହତ ପର୍ବ l ସାଧାରତଃ କୁଆଁରୀ ମାନେ ଏହି ପର୍ବ ପାଳନ କରିଥାନ୍ତି l ଏହି ପର୍ବକୁ ପାଳନ କରିବା ପାଇଁ କୁଆଁରୀ ମାନେ ବର୍ଷା ସାରା ଅପେକ୍ଷାକରି ରହିଥାନ୍ତି l ଏହି ପରିପେକ୍ଷୀରେ ଗଜପତି ଜିଲ୍ଲା ମୋହନା ବ୍ଲକ କାମ୍ପଗୁଡା ଠାରେ ରଜପର୍ବ ଭାରି ଧୂମଧାମରେ ପାଳନ କରାଯାଉଛି l

ଏହି ଦିନ ଗାଁର କୁଆଁରୀମାନେ ନୂତନ ପୋଷାକ ପରିଧ୍ୟାନ କରିବାସହ ବିଭିନ୍ନ ପ୍ରକାରର ଅଳଙ୍କାରରେ ଅଳଙ୍କୃତ ହୋଇ ହାତରେ ମେହେନ୍ଦି ଓ ପାଦରେ ଅଳତା ଲଗାଇ ବହୁ ଆଡମ୍ବର ସହକାରେ ଗାଁ ମୁଣ୍ଡରେ ଦୋଳି ବାନ୍ଧି ଦୋଳିଖେଳୁଛନ୍ତି l ଆଜି ସମସ୍ତଙ୍କ ଘରେ ପୋଡପିଠା ପ୍ରସ୍ତୁତ ହେବା ସହ ପରସ୍ପର ମଧ୍ୟରେ ପାନ ଖୁଆଖୁଇ ହୋଇଥିଲା l ଏହି ଭଳି ତିନିଦିନ ବ୍ୟାପି ଏହି ରଜ ପାଳନ କରାଯାଏ l ଏସମୟରେ କୁଆଁରୀମାନେ କୌଣସି କାମଧାମ କରନ୍ତି ନାହିଁ ।

Exit mobile version