ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- କଳାବ୍ୟାଚ୍ ପିନ୍ଧିଲେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ର ବନ କର୍ମଚାରୀ । ଗତ ୧୫ ତାରିଖ ଠାରୁ ୨୧ ତାରିଖ ପର୍ୟନ୍ତ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ୩୬ ଜଣ ବନରକ୍ଷୀ, ବନପାଳ ଓ ଉପ – ବନାଂଚଳ ଅଧିକାରୀ କଳାବ୍ୟାଚ୍ ପିନ୍ଧି ,କାର୍ଯ୍ୟ କରୁଥିବାବେଳେ ,ଏହି ଅବଧି ମଧ୍ୟରେ କୈlଣଷି ବିପଦପୂର୍ଣ୍ଣ ,ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ବନ କର୍ମଚାରୀ ମାନେ ହରତାଳ କରିବା ସହିତ ,ସମୂହ ଛୁଟିରେ ଯିବାପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ସ୍ତରୀୟ ବନକର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି ।
