ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀରେ ଫିକା ପଡିଯାଇଛି ରଜ ଉତ୍ସବ | ସକାଳୁ ଝିପି ଝିପି ବର୍ଷା ରଜ ମଉଜ କୁ ବିଗାଡି ଦେଇଛି |ଲଗାତର ଝିପି ଝିପି ବର୍ଷା ଯୋଗୁଁ ମହିଳା, ଯୁବତୀ, କିଶୋରୀ, ବାଳିକା ଓ ନବବଧୂ ମାନେ ଘରୁ ବାହାରିପାରୁନଥିବା ଦେଖିବାକୁ ମିଳିନଥିଲା | ବାହାରେ ଦୋଳି ଆୟୋଜନ କରିଥିବା ଆୟୋଜକମାନେ ଚିନ୍ତା ରେ ପଡିଯାଇଛନ୍ତି | ମାର୍କଣ୍ଡେସ୍ୱରସାହି ବୁଢ଼ୀ ମା ତୋଟା ରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଆଜି ଓଡିଶା ର ପ୍ରତିଷ୍ଠିତ କଣ୍ଠଶୀଳ୍ପୀ ଅସୀମା ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, ତାହା ବର୍ଷା ଯୋଗୁଁ ବାତିଲ କରାଯାଇଛି l

