Home ଓଡ଼ିଶା ପାରଳାଖେମୁଣ୍ଡି ଠାରେ ଆଈ.ଏସ.ଆର.ଡି. ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଈ:ଏସ:ଆର:ଡି ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି |ଏହି କାର୍ଯକ୍ରମର ପ୍ରାରମ୍ଭରେ ସଖୀ ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ । କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ |ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହିଳା ସୁରକ୍ଷ୍ୟା ଅଧିକାରୀ ତଥା ୱାନ ଷ୍ଟପ କେନ୍ଦ୍ରର ନୋଡାଲ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏହି ରଜ ଉତ୍ସବ ପାଳନ ର ଉଦେଶ୍ୟ ଏବଂ ପରମ୍ପରା ବିଷୟ ରେ ବୁଝାଇବା ସହ ୱାନ ଷ୍ଟପ କେନ୍ଦ୍ର ଏହି ସୁନ୍ଦର କାର୍ଯକ୍ରମ ଆୟୋଜନ କରିଥିବାରୁ ଖୁସି ହେବା ସହ ସମସ୍ତ ଷ୍ଟାଫ ଙ୍କୁ ଧନ୍ୟବାଦ ଜଣାଇଥିଲେ | ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ ସୁନିତା , କିଶୋରୀ ନ୍ୟାୟ ପରିଷଦ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥୀ , ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ସିଡ଼ିପିଓ ଗୁମ୍ମା , ଶ୍ରୀମତୀ ସବିତା ପଟ୍ଟନାୟକ , ସିଡ଼ିପିଓ, ମୋହନା , ଶ୍ରୀମତୀ ପାୟଲ ପାଣୀଗ୍ରାହୀ , ଜିଲ୍ଲା ସଞ୍ଜୋଜିକା ପୋଷଣ , ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ରଜ ପର୍ବର ଲକ୍ଷ୍ୟ ନାରୀତ୍ୱ , ପୃଥିବୀର ଉର୍ବରତା ଏବଂ ମୌସୁମୀ ଋତୁର ଆଗମନକୁ ପାଳନ କରିବ। ଏହା ଏକ ତିନି ଦିନିଆ ପର୍ବ ଯେଉଁଠାରେ ମହିଳାମାନଙ୍କୁ ବିଶେଷ ବିଶ୍ରାମ ଏବଂ ସମ୍ମାନ ଦିଆଯାଏ , ଯାହା ଋତୁସ୍ରାବ ସମୟରେ ପୃଥିବୀର ବିଶ୍ରାମ ଏବଂ ପୁନରୁଦ୍ଧାରର ପ୍ରତୀକ , ଯାହା ବର୍ଷା ଆରମ୍ଭ ସହିତ ମେଳ ଖାଏ ବୋଲି ବିଶ୍ୱାସ କରାଯାଏ। ଏହି ପର୍ବ ସମାଜରେ ମହିଳାମାନଙ୍କର ଗୁରୁତ୍ୱ ଏବଂ ପରିବାର ଏବଂ ସମ୍ପ୍ରଦାୟରେ ସେମାନଙ୍କର ଭୂମିକାକୁ ମଧ୍ୟ ଆଲୋକିତ କରିବା ସହ ସାମାଜିକ ପାରସ୍ପରିକ କ୍ରିୟାକୁ ଉତ୍ସାହିତ କରିଥାଏ । ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବା , ଉପହାର ଆଦାନ ପ୍ରଦାନ କରିବା ଏବଂ ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବା ସହିତ ରଜ ହେଉଛି ଏକ ଜୀବନ୍ତ ଉତ୍ସବ ଯେଉଁଥିରେ ପାରମ୍ପରିକ ଖେଳ , ବିଶେଷକରି ଦୋଳିରେ କ, ଏବଂ ବିଶେଷ ଖାଦ୍ୟ ଏବଂ ମିଠା ପ୍ରସ୍ତୁତି ଏବଂ ସେବନ କରାଯାଏ ବୋଲି କହିଥିଲେ ।ଏହି ରଜ ଉତ୍ସବ ରେ ଓଡିଶାର ପାରମ୍ପରିକ ପିଠା ପୋଡ ପିଠା , କାକରା ପିଠା , ବିଭିନ୍ନ ପ୍ରକାରର ପାରମ୍ପରିକ ପିଠାମିଠା ସାଙ୍ଗକୁ ମିଠା ପାନ ପରିବେଷଣ କରାଯିବା ସହିତ ବିଭିନ୍ନ ବେଷଭୂଷା , ଅଳତା ଲଗାଇବା , ମେହେନ୍ଦି ପକାଇବା ସହ ଦୋଳିଖେଳି ଆଦି ମନୋରଞ୍ଜନ କାର୍ଯକ୍ରମ କରା ଯାଇଥିଲା | ଏହି କାର୍ଯକ୍ରମରେ ଶ୍ରୀ ଏଲ୍: ରାମ ପ୍ରସାଦ ଜିଲ୍ଲା ସଞ୍ଜୋଜକ ଡିଏଚଇଡବ୍ଲୁ ଏବଂ ଷ୍ଟାଫ୍ ଶ୍ରୀ ଲକ୍ଷ୍ମୀ ନାରାୟଣ ପାମୂଲ , ଶ୍ରୀ ସୂର୍ଯ୍ୟ ପ୍ରସାଦ ପାଢୀ , ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ ଆଦି ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମଧୁସ୍ମିତା ପାଢୀ , ମୋହିନୀ ପ୍ରଧାନ , ସୁନିତା ବେହେରା , ମୋନାଲିସା ବେହେରା , ନିରୂପମା ରାଉଳ , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ | Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026