Home ଓଡ଼ିଶା ପ୍ରୟାସ ର ରଜ ଉତ୍ସବ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପ୍ରୟାସ (ପଞ୍ଚୁ ପଲ୍ଲୀ ରୁରାଲ୍ ଆସୋସିଏସନ୍ ଅଫ୍ ୟୁଥ୍ ଆଡ୍ ଭାନ୍ସମେଣ୍ଟ୍ ଅଫ୍ ସୋସାଇଟି) ପକ୍ଷରୁ ସ୍ଥାନୀୟ କିଶୋରୀ, ମହିଳା ମାନଙ୍କୁ ନେଇ ଏକ ଭବ୍ୟ ରଜ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଲଲାଟେନ୍ଦୁ ଦାଶ ଙ୍କ ଅଧ୍ୟକ୍ଷତାରେ ଏଵଂ ସମ୍ପାଦକ କୁଳମଣି ବାରିକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଏକ ଦିବସୀୟ ଉତ୍ସବ ରେ ଓଡ଼ିଶାର ଗଣପର୍ବ ରଜ ପାଳନର ପରମ୍ପରା ଓ ସଂସ୍କୃତିର ନିଦର୍ଶନ ସ୍ୱରୂପ ଗ୍ରୃହିଣୀ ଓ କିଶୋରୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଚିତା,ରଙ୍ଗୋଲୀ, ପୁଚିଖେଳ,ମିଉଜିକ୍ ଚେୟାର, ଦୋଳି ଖେଳ, ବିଭିନ୍ନ ଶାସ୍ତ୍ରୀୟ ଓ ଲୋକନୃତ୍ୟ, ପିଠା ପଣା ପ୍ରସ୍ତୁତି ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର ବିଚାରକ ଭାବେ ଲୋକନୃତ୍ୟ ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି, ଚିତ୍ର ଶିଳ୍ପୀ ଅକ୍ଷୟ କୁମାର ମହାରଣା, ନାଟ୍ୟ ନିର୍ଦ୍ଦେଶକ ସତ୍ୟ ନାରାୟଣ ମହାରଣା ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଭା ମାନଙ୍କ ର ମୂଲ୍ୟାଙ୍କନ କରିଥିଲେ। ଆୟୋଜିତ ପୁରସ୍କାର ଵିତରଣୀ ସଭା ରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ରଶ୍ମି ରଞ୍ଜିତା (ରୋଜି) ମିଶ୍ର -ମୁଖ୍ୟ ଅତିଥି, ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ -ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ପଞ୍ଚୁ ପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷା ସେତୁର ସଭାପତି ଦେବରାଜ ବିଶ୍ଵାଳ ପ୍ରମୁଖ ଯୋଗଦେଇ ରଜ ପର୍ବ ର ପରମ୍ପରା ଓ ଐତିହ୍ୟ ଉପରେ ଆଲୋକପାତ କରିବା ସହ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଅଶୋକ କୁମାର ପାଇକରାୟ, ଗୋବିନ୍ଦ ଚନ୍ଦ୍ର ଜାଲି, ଭିକାରୀ ଚରଣ ପ୍ରଧାନ,ଦୀପକ କୁମାର ଦାଶ, ଅଶୋକ କୁମାର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳ କରିବାରେ ମନୋରଂଜନ ନାୟକ, ଆର୍ତ୍ତତ୍ରାଣ ଦାଶ, ବିଭୂପ୍ରସାଦ ବାରିକ,ଦୀପକ ଜେନା,ଚନ୍ଦନ ମହାରଣା,ଗୁରୁ ବାରିକ, ଗଣେଶ ଜେନା ପ୍ରମୁଖ ସହାୟତା କରିଥିବା ବେଳେ ଅନୁଷ୍ଠାନ ର ସହ ସମ୍ପାଦକ ମାନସ ରଂଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026