Home ଓଡ଼ିଶା ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜିଲ୍ଲାର ବିକାଶରେ ଜନ ଭାଗିଦାରିତାକୁ ଗୁରୁତ୍ୱାରୋପ ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତକୁ ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର କରିବା ନିମନ୍ତେ ଭିଜନ ୨୦୪୭ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭାରତ ସହ ଓଡ଼ିଶା କିଭଳି ସମକକ୍ଷ ହେବ ଏବଂ ପୂର୍ବଦୋୟର ବିକାଶ ହେବ ସେଥି ନିମନ୍ତେ ଭିଜନ ୨୦୩୬ ର ଲକ୍ଷ୍ୟ ରଖାଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ତତ୍ ସହିତ କଳା ସଂସ୍କୃତି, ଶିଳ୍ପ, କ୍ରୀଡ଼ା, ବ୍ୟବସାୟ, କୃଷି, ଶିକ୍ଷା ଇତ୍ୟାଦି କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କ ପରାମର୍ଶକୁ ନେଇ ୨୦୩୬ ସୁଦ୍ଧା ମାଲକାନଗିରିକୁ ଏକ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାକୁ ବିକାଶ ମେଳା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ କରାଯାଇଛି। କୃଷି, ମହିଳା ସଶକ୍ତିକରଣ, ଆବାସ ଯୋଜନା, ରାସନ କାର୍ଡ, ଭତ୍ତା ଇତ୍ୟାଦି ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ରାସ୍ତା, ସ୍ବାସ୍ଥ୍ୟ, ପାନୀୟ ଜଳ, ଜନଜାତି ଉନ୍ନୟନ ସହ ଜିଲ୍ଲାର ସମସ୍ତ ମୌଳିକ ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ନେଇ ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ଏକ ଆଞ୍ଚଳିକ କର୍ମଶାଳା ଆୟୋଜନ କରାଯିବ। ଯେଉଁଥିରେ କେନ୍ଦ୍ର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ରିସର୍ସ ପରସନ୍ ଯୋଗ ଦେଇ ତାଲିମ ପ୍ରଦାନ କରିବେ। ମାଲକାନଗିରି ଜିଲ୍ଲାର ୭ ଟି ଜିଲ୍ଲାରୁ ୭୦ ଜଣ ଯୁବକ ଚୟନ ହୋଇ ଏଥିରେ ଭାଗ ନେବେ ବୋଲି ସାଂସଦ ବଳଭଦ୍ର ମାଝୀ ସୂଚନା ଦେଇଛନ୍ତି। ଆୟୋଜିତ ଏହି କର୍ମଶାଳା ରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ପାଟିଲ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇ ସ୍ବାଗତ ଜଣାଇଥିଲେ। ପରିଶେଷରେ ଶ୍ରୀ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଅଧିକାରୀ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତି ବିଶେଷ ଓ ଜିଲ୍ଲାର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026