ପ୍ରବାସୀ ଚେନ୍ନାଇଙ୍କ ପ୍ରୟାସ ଅନଲାଇନରେ ନୂଆଁଖାଇ ଭେଟଘାଟ – ପଦ୍ମପୁର

ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ପଦ୍ମପୁର :- କବି ରାମ ପ୍ରସାଦ ବାଗ ସମ୍ବର୍ଦ୍ଧିତ କୋଭିଡ କଟକଣା ଯୋଗୁଁ ମହାନଦୀ ସୋସିଓ କଲଚରାଲ ଏସୋସିଏସନ ଚେନ୍ନାଇ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରଗଡ଼ କଳାଜୀବୀ ସଂଗଠନର ନିର୍ଦେଶକ ଦିଲ୍ଲୀପ ସାହୁ, ତୁଷରା କ୍ରୁଷ୍ନପ୍ରିୟା କଳା ପରିଷଦ ତଥା ଗୀତିକାର ବାବଲୁ ସାହୁ, ଅନାମିକା ଆଚାର୍ଯ୍ୟ, ସୁଜିତ ହୋତାଙ୍କ ଦ୍ବାରା ମନଛୁଆଁ ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ସମ୍ବଲପୁରୀ କବିତାପାଠ, ଦର୍ଶକମାନଙ୍କ ମଧ୍ଯରେ ଭକାନୀ ଓ କୁଇଜ ପ୍ରତିଯୋଗିତା ହୋଇଥିଲା ।

ରାମପ୍ରସାଦ ବାଗଙ୍କର ସମ୍ବଲପୁରୀ କବିତା ଦର୍ଶକଙ୍କୁ ବିମୋହିତ କରି ଦେଇଥିଲା। ଫଳରେ ଉକ୍ତ ଏସୋସିଏସନର ସଦସ୍ଯଗଣ କବିଙ୍କ ଗାଁ ବେନିଆଁଚାଲକୁ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାପତି ଭାସ୍କର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଅନଲାଇନ୍ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଲିନା, ରିତୁ, ପଙ୍କଜିନୀ, ପ୍ରାଚୀ, ରିମା, ଆରତୀ, ଲିପି, ନିବେଦିତା, ପିଙ୍କି, ସ୍ମିତା, ସ୍ବାଗତିକା, ପ୍ରଭାତୀ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭକାନୀ ଓ କୁଇଜ ପ୍ରତିଯୋଗିତାକୁ ଶୁଭ୍ରଜିତ ପ୍ରଧାନ ସଂଚାଳନ କରିଥିବାବେଳେ ଅନ୍ୟ ସଦସ୍ଯଗଣ ସହଯୋଗ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version