ନୂଆଗଡ ରଜ ମହୋତ୍ସବର ଦ୍ବିତୀୟ ଦିନରେ ପ୍ରବଳ ଭିଡ ସାଙ୍ଗକୁ ପିଲାଙ୍କ ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗଡ ‌ :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ କଟକ ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନୂଆଗଡ ‌ଅନନ୍ତ ବଳିଆ କଲେଜ ପରିସରରେ ଆୟୋଜିତ ରଜ ମହୋତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ । ନିୟୁ ଷ୍ଟାର ୟୁଥ୍ କ୍ଳବ୍ ଏବଂ ନୂଆଗଡ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଦ୍ଵିତୀୟ ଦିନ ଅପରାହ୍ନରେ ଆୟୋଜିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ‌ ୫୮ ନମ୍ବର ୱାର୍ଡର ‌କର୍ପୋରେଟର ଜନାର୍ଦ୍ଦନ ପରିଡ଼ା,

ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବ‌ ସଂପର୍କରେ ଉଦବୋଧନ କରିଥିଲେ । ନୂଆଗଡ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀଙ୍କ ଉତ୍ସବରେ ସଭାପତିତ୍ୱ କରିଥିଲେ । ରଜ ମହୋତ୍ସବର ମୁଖ୍ୟ ଆୟୋଜକ ଦେବେନ୍ଦ୍ର ନାୟକ , କାଳିନ୍ଦୀ ରାଉତ, ‌ଗ୍ରାମ୍ୟ କମିଟିର ସଚୀଵ ପ୍ରଶାନ୍ତ କୁମାର ମହିପାତ୍ର , ଯୋଗଦାନ କରିଥିଲେ । ପୂର୍ବତନ ସରପଂଚ ପିତବାସ ମହାପାତ୍ର,

ଶରତ ଚନ୍ଦ୍ର ସାହୁ, କେଦାରନାଥ ସିଂ, ତ୍ରୈଲୋକ୍ୟ ପ୍ରଧାନ, ଚତୁର୍ଭୁଜ ମହାପାତ୍ର, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା ରେ ବିଭିନ୍ନ ଗ୍ରାମର ପିଲାମାନେ ଅଂଶ ଗ୍ରହଣ ‌କରି ସୁନ୍ଦର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏଠାକୁ ଆସୁଥିବା ଯୁବତୀ, ମହିଳା ‌ଏବଂ ଛୋଟ ପିଲାମାନେ ଦୋଳି ଖେଳିବା ସହିତ ରଜ ପାନ, ପକୁଡ଼ି ପୋଡପିଠା ସମସ୍ତଙ୍କୁ ନିୟୁଷ୍ଟାର ୟୁଥ୍ କ୍ଳବର ସଦସ୍ୟ ମାନେ ଖାଇବାକୁ ଦେଇଥିଲେ ।

ନିୟୁଷ୍ଟାର ୟୁଥ୍ କ୍ଳବର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହି ‌କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପକ୍ଷରୁ ସମସ୍ତ ଙ୍କୁ ଖାଇବାକୁ ଦିଆ ଯାଇଥିଲା । ପିଲାଙ୍କ ଠାରୁ ଯୁବତୀ ମାନ ଏଠାକୁ ଆସି ରଜ ଦୋଳି ଖେଳିବା ସହିତ ରଜ ପାନ ଖାଇବାର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି । ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା କୁ ସୁନିଲ କୁମାର ଜେନା, ଲକ୍ଷ୍ମୀଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version