ନୟାଗଡ ଜିଲ୍ଲା ସ୍ତରୀୟ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନା(DA-JGUA)ର ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ଶିବିରର ସଫଳ ରୂପାୟନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନାର(DA-JGUA) ରେ ଅନ୍ତର୍ଭୁକ୍ତ ନୟାଗଡ଼ ଜିଲ୍ଲାର ୧୧୩ ଗୋଟି ଗ୍ରାମର ସଚେତନତା ଓ ହିତାଧିକାରୀ saturation ସଫଳ ଲାଗି ଜିଲ୍ଲା ସ୍ତରୀୟ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ, ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନାର(PM-JGUA) ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ ।

ଏହି ନୟାଗଡ଼ ଜିଲ୍ଲାର ଦଶପଲ୍ଲା,ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଉକ୍ତ ୧୧୩ଗୋଟି ଅନୁସୂଚିତ ଜନଜାତି ଗାଅଁର ଲୋକମାନଙ୍କ ପାଖରେ ପହଁଚିବ ସହ ସେମାନଙ୍କ ସାମଗ୍ରିକ ବିକାଶରେ ହେବ ସେ ବିଷୟରେ ବୈଠକରେ ଆଲୋଚନା କରାଗଲା | ତା ୧୩.୬.୧୦୨୫ ରୁ ୨୭.୬.୨୦୨୫ ପର୍ଯ୍ୟନ୍ତ ଉକ୍ତ ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ଶିବିରରେ ଲୋକଙ୍କୁ ଅବଗତ କାରଯିବା ନେଇ ଆଲେଚନା କରାଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସହ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version