ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 28.12.2019 : – ଭୁବନେଶ୍ୱରସ୍ଥିତ ରେଲ୍ୱେ ଅଡ଼ିଟୋରିୟମରେ ଦ୍ୱିଦିବସୀୟ ରୋଟାରୀ ଜିଲ୍ଲା ସ୧ିଳନୀ ‘ଏକ୍ସଲ୍’ ଉଦ୍ଘାଟିତ ହୋଇଯାଇଛି । ସ୧ିଳନୀକୁ ଆରଆଇପିଆର ବଂଶୀ ଧୁରନ୍ଧର ଓ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ ଯେ, ଓଡ଼ିଶାର ସମଗ୍ର ଜିଲ୍ଲାରେ ରୋଟାରୀ ୯୨ଗୋଟି କ୍ଲବ ମାଧ୍ୟମରେ ଭିନ୍ନ ଭିନ୍ନ ସେବା ଯୋଗାଇ ଦେଉଛି ଏବଂ ରୋଟାରୀ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି ଦୁଇଦିନିନିଆ ସ୧ିଳନୀ ଅଭିପ୍ରେତ । ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସ୧ିଳନୀରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ମିଶ୍ର ସୂଚନା ଦେଇଥିଲେ ଯେ, ତାଙ୍କ କାର୍ଯ୍ୟକାଳରେ ରାଜ୍ୟର ୧୦୦ ଗୋଟି ସରକାରୀ ସ୍କୁଲ୍ରେ ‘ଜଳଧାରା’ ଯୋଜନା ଅନ୍ତର୍ଗତ ଶୁଦ୍ଧ ପାନୀୟ ଜଳ ଯୋଗାଣ ଯବ ଯୋଗାଇ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ସରକାରୀ ସ୍କୁଲ୍ରେ ୧୦ ହଜାର ବେ ଓ ଡ଼େକ୍ସ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ରାଜ୍ୟରେ ରୋଟାରୀ ଦ୍ୱାରା ପରି·ଳିତ ୫ ଗୋଟି ଚକ୍ଷୁ ଚିକିତ୍ସାଳୟ ଜରିଆରେ ୧ଲକ୍ଷ ୨୦ ହଜାର ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପ୍ର·ର କରାଯାଇଛି । ଆଗାମୀ ଦୁଇମାସ ମଧ୍ୟରେ ୨୫ଗୋଟି ସରକାରୀ ଡ଼ାକ୍ତରଖାନାରେ ମେଗା ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାର ପ୍ରୟାସ ଅନ୍ତିମ ପର୍ଯ୍ୟାୟରେ ପôହଛି । ସେ ଆହୁରି କହିଥିଲେ ଚଳିତବର୍ଷ ଆନ୍ତର୍ଜାତିକ ରୋଟାରୀ କାର୍ଯ୍ୟାଳୟ ଓଡ଼ିଶାକୁ ଅଧିକ ସେବା ଯୋଗାଇ ଦେବା ପାଇଁ ଫୋକସରେ ରଖିଛନ୍ତି । ସ୧ିଳନୀରେ ଉପସ୍ଥିତ ଥିବା ଜିଲ୍ଲା ପବ୍ଲିକ ଇମେଜ ଅଧ୍ୟକ୍ଷ ବିଭୂତି ଭୂଷଣ କର କହିଥିଲେ ଯେ, ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ରଙ୍କ ସମୟରେ ରୋଟାରୀ ଓଡ଼ିଶାରେ ôବତ ବର୍ଗଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଓ ସଚେତନତା କ୍ଷେତ୍ରରେ ଅଧିକ ସମ୍ବେଦନଶୀଳତା ସହକାରେ ଲକ୍ଷ୍ୟଭେଦୀ ପ୍ରୟାସ ଜାରି ରଖିଛନ୍ତି । ଏହି ଅବସରରେ ଓଡ଼ିଶାରେ ରୋଟାରୀ ସେବାକୁ ଅଧିକ ବ୍ୟପକ ଓ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର ଆନ୍ତର୍ଜାତିକ ରୋଟାରୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୫ଗୋଟି ନୂତନ କ୍ଲବର ନାମ ଘୋଷଣା କରିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି
ରୋଟାରୀ ଫୋକସ୍ରେ ଓଡ଼ିଶା : ଡିଜି ଦେବାଶିଷ ମିଶ୍ର

Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026