Home ଓଡ଼ିଶା ତାଳତୁମ୍ବ ମା ମହିଷାଶୁଣିଙ୍କ ପୀଠରେ ରଜ ଉତ୍ସବ ଧୂମଧାମରେ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଦା ଜିଲ୍ଲା, ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ମା ମହିଷାଶୁଣିଙ୍କ ପୀଠରେ ତାଳତୁମ୍ବ ଯୁବକ ସଂଘ ଆନୁକୂଲ୍ୟରେ “ମା ମହିଷାଶୁଣି ଆଂଚଳିକ ପହିଲ ରଜ ମହୋତ୍ସବ- ୨୦୨୫” ( ଚତୁର୍ଥ ବାର୍ଷିକ) ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ, ସମ୍ମାନିତ ଅତିଥି ମାନେ ପୁର୍ବତନ ସରପଞ୍ଚ ତଥା ସମବାୟ ସଭାପତି ବିଜୟ କୁମାର ନାୟକ, ଭାରତୀୟ ମଜୁଦୂର୍ ସଂଘ ସମ୍ପାଦକ ଅକ୍ଷୟ କୁମାର ରାଉତରାୟ, ଦେଉଳି ରଘନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ସାହୁ, ରଧାଗୋବିନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ସାହୁ, ବିଶିଷ୍ଟ ଶିକ୍ଷାବିତ୍ ପଞ୍ଚାନନ ରଥ , ଗ୍ରାମ ସଭାପତି ଶ୍ରୀଧର ସାହୁ, ସମାଜସେବୀ ବୁଦ୍ଧି ବାମନ ସେନାପତି ଆନୁଷ୍ଠାନିକ ଭାବେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟ ସଂଯୋଜକ ସୁଧୀର କୁମାର ନାୟକଙ୍କ ଉଦ୍ୟମରେ ବିଭିନ୍ନ ଗ୍ରାମରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ବାଳକ, ବାଳିକା, ମହିଳା, ପୁରୁଷ ଆଦି ବିଭିନ୍ନ ପ୍ରତିଯୋଗିତାରେ ( ନୃତ୍ୟ, ଗୀତ, ବାଟି ଚାମଚ, ଲକ୍ଷ ଭେଦ, ପୁଚି, ଶଙ୍କ ଧ୍ଵନି, ହୁଳହୁଳି, ମ୍ୟୁଜିକ ଚେୟାର, ମାଳି ଗୁନ୍ଥା, ପିଠା) ଭାଗ ନେଇ ଥିଲେ । ଉଦଯାପନୀ ଅପରଂହରେ ଅତିଥି ମାନେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ପୀଚୁକୁଳୀ ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରି ପ୍ରଗତି ମହାନ୍ତି ତିନୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହେବା ପରେ ରଜ କୁଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଠିକ୍ ଉତ୍ତର ପ୍ରଦାନ କରି ରଜ କୁଇନ -୨୦୨୫ ବିଜୟିନି ହୋଈ ଥିଲେ । ଏହି ଅବସରରେ ଦକ୍ଷ ଯୁବ ଶିକ୍ଷକ ଅକ୍ଷୟ କୁମାର ହଦଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପବିତ୍ର କୁମାର ସାହୁ ଓ ଵିନୋଦ କୁମାର ବାରିକ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥଲେ। ସାମ୍ବାଦିକ ହାଡିବନ୍ଧୁ ଲେଙ୍କା ଉଦଯାପନୀ ଉତ୍ସବରେ ଅତିଥି ଭାବେ କୃତୀ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ କରିବାରେ ସହଯୋଗ କରିଥିଲେ । ଅଂଚଳ ବସୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଈ ଥିଲା । ଯୁବକ ସଂଘ ପକ୍ଷରୁ ପ୍ରଦୀପ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026 ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ by Proprietor Abhimanyu Maharana October 8, 2026