Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଜିଲ୍ଲା ସଦରମହକୁମା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କର୍ମଶାଳାରେ ଜିଲ୍ଲା ପ୍ରଭାରୀ,ରାଜ୍ୟ ସରକାରଙ୍କ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l ୨୦୪୭ ବେଳକୁ ଭାରତ ବର୍ଷରେ ବିକଶିତ ଚେହେରା ପ୍ରଷ୍ଫୁଟିତ ହୋଇପାରିବ, ୨୦୩୬ ବେଳକୁ ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ସାଙ୍ଗକୁ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ୨୦୪୭ ବେଳକୁ ବିକଶିତ ଭାରତ ହୋଇପାରିବ । ଜିଲ୍ଲା ବିକଶିତ ହେବା ପାଇଁ ଗ୍ରାମ, ସହରାଞ୍ଚଳ ଗୁଡିକର ବିକାଶ ନିହାତି ହେବା ଜରୁରୀ । ବର୍ତ୍ତମାନ ସରକାର ଓଡିଶାକୁ ବିକଶିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି ଏବଂ ଆଗାମୀ ଦିନରେ ଲକ୍ଷ ରଖିଛନ୍ତି। ଏଥି ନିମନ୍ତେ ଆଜି ଆୟୋଜିତ କର୍ମଶାଳାରେ ମାନ୍ୟବର ମନ୍ତ୍ରୀ ଲୋକମାନଙ୍କ ଠାରୁ ଜିଲ୍ଲାର ବିକାଶ ପାଇଁ କଣ ଆବଶ୍ୟକ ରହିଛି ଲୋକଙ୍କ ଠାରୁ ପଚାରି ବୁଝିଥିଲେ। ଏହି ସମୟରେ ଜିଲ୍ଲାର ବିକାଶ ଦିଗରେ ଜନ ସାଧାରଣ, ବୁଦ୍ଧିଜୀବୀ ମାନଙ୍କ ମତାମତ ଦେଇଥିଲେ।ସେହିପରି ଗଜପତି ଜିଲ୍ଲା କୁ ବିକଶିତ କରିବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି ଓ ଜିଲ୍ଲାବାସୀଙ୍କ ଠାରେ ବହୁ କର୍ଯ୍ୟକରିବାର ଦକ୍ଷତା ରହିଛି । ଆମ ଜିଲ୍ଲାରେ ଥିବା ଭିତ୍ତିଭୂମିକୁ ଉପଯୋଗ କରି ଯାହାସବୁ ଯୋଜନା କରିବା ସେଥି ନିମନ୍ତେ ଜନ ସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନଜିଓ, ବିଭିନ୍ନ ସଂସ୍ଥାର ମୁଖ୍ୟ ଓ ଅଧ୍ୟକ୍ଷ ମାନେ ସାମିଲ ହୋଇ ବିକଶିତ ଜିଲ୍ଲା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଗଜପତି ଜିଲ୍ଲାପାଳ ଜିଲ୍ଲାର ବିକାଶ ପାଇଁ କଣ କଣ ଆବଶ୍ୟକ ରହିଛି ସମସ୍ତ ବିଷୟ ବସ୍ତୁକୁ ଉପସ୍ଥାପନ କରିଥିଲେ। ତାହସହ ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କର୍ମଶାଳାରେ ଉପସ୍ଥିତ ଜିଲ୍ଲାବାସୀ ନିଜନିଜର ବକ୍ତବ୍ୟ ରଖିଥିଲେ ଯାହାକି ଗ୍ରାମାଞ୍ଚଳରେ ସଶକ୍ତକରଣ କରିବା ସହ ଏଠାକାର ଐତିହ୍ୟର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀ ବିକାଶ,ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ ବିକାଶର ଆବଶ୍ୟକତା ରହିଛି।ଗଜପତି ଜିଲ୍ଲା ଏକ କୃଷି ପ୍ରଣାଳୀର ଉନ୍ନତୀ ଆଣି ଜିଲ୍ଲାର କୃଷକ କିଭଳି ଅଧିକ ଆତ୍ମ ସ୍ବାବଲମ୍ବୀ ହେବେ। ସେହି କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟଧାରାକୁ ଉନ୍ନତି କରିବା । ଜିଲ୍ଳା ଲୋକଙ୍କ ଅର୍ଥନୀତି ଉନ୍ନତି ହେବା ସହିତ ବ୍ୟବସାୟ ବୃଦ୍ଧି ହେବ। ଏହାକୁ ବିକଶିତ କରି ଚିରସ୍ଥାୟୀ କରିବାର ଆବଶ୍ୟକତା ରହିଛି। ଜିଲ୍ଲାର ଶିଳ୍ପ , ଶିକ୍ଷା ଅନୁଷ୍ଠାନ, ଅନେକ ଯୁବ ପିଢ଼ିକୁ ସୁନ୍ଦର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିବ ,ଏହି ଧାରାକୁ ଆହୂରି ଉନ୍ନତି ଆଣି ଆଧୁନିକ ଢଙ୍ଗରେ ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଜାଇବାକୁ ହେବ। ।ଏହି ଜିଲ୍ଲାର ମହିଳା ଉଦ୍ୟୋଗୀ ଗଣ ଅନେକ ପାରଦର୍ଶିତା ଦେଖାଇ ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ସକାଶେ ନୂତନ ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି। ଜିଲ୍ଲାରେ ବିକାଶ ଆଉ ଅଭିବୃଦ୍ଧି ନିମନ୍ତେ ଜଳଉତ୍ସ ବୃଦ୍ଧି କରି ଚାଷ ଓ ପାନୀୟ ଜଳର ଅଭାବ ଦୂର କରିବା । ସେହିପରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ପର୍ଯ୍ୟଟନ ସ୍ଥଳରେ ହୋଟେଲ, ବିଭିନ୍ନ ଖାଦ୍ୟ ବିକ୍ରିଭଟ୍ଟା କଲେ ସ୍ଥାନୀୟ ଅଧିବସୀମାନେ ରଜଗାର କ୍ଷମ ହୋଇପାରିବେ କିମ୍ବା ପର୍ଯ୍ୟଟନ ଆକୃଷ୍ଟ ହୋଇପାରିବେ। ତାହା ସହ ବ୍ୟବସାୟର ଉନ୍ନତିକରଣ ପାଇଁ ଗମାନ ଗମନର ସୁବ୍ୟବସ୍ଥା ପାଇଁ ରାଜ୍ୟ ରାଜପଥର ସଂଯୋଗ କରିବାର ଆବଶ୍ୟକତା ରହିଅଛି। ତାହା ସହ ଜିଲ୍ଲାର ରହିଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ କଳକାରଖାନା ନିର୍ମାଣ ପାଇଁ ତାଲିମ ଦେବା ସହ, ସହାୟତା ରାଶି ଯୋଗେଇ ଦେଲେ, ଜିଲ୍ଲାରେ ନୂତନ କଳକାରଖାନା ନିର୍ମାଣ ହେବ, ରାଜ୍ୟ ଓ ଜାତୀୟ ସ୍ତରରେ ଜିଲ୍ଲାର ପରିଚୟ ଭଡ଼ିବ। ଯାହା ଫଳାରେ ଗ୍ରାମାଞ୍ଚଳର ଲୋକମାନେ ରଜଗାର କ୍ଷମ ହୋଇପାରିବେ ଏଵଂ ଛେଳି ଚାଷ, କୁକୁଡ଼ା ଚାଷ, ମାଛ ଚାଷ, ଗୋ ଚାଷ ସହିତ ବିଭିନ୍ନ କୃଷି ଭିତ୍ତିକ ନୂତନ ତାଲିମ କେନ୍ଦ୍ର ନିର୍ମାଣ କରି ତାଲିମ ଦେଲେ ଯୁବ ପିଡି ସରଜଗର କ୍ଷମ ହୋଇପାରିବେ। ଏହି ଜିଲ୍ଲାର ଉନ୍ନତି ହେଲେ ଓଡ଼ିଶା ବିକାଶ ସ୍ଵପ୍ନ ସାକାର ହେବ। ତେଣୁ ଆଜିର ପରାମର୍ଶ କାର୍ମଶାଳାସମସ୍ତ ନାଗରିକ, ଯୁବକ, ଉଦ୍ୟୋଗପତି , କୃଷକ, ଓ ପ୍ରଶାସନ ମିଳିତ ଭାବେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ତେବେ ଆମ ଓଡ଼ିଶାର ଦୃଢ଼ ଭବିଷ୍ୟତ ସ୍ଥାପିତ ହୋଇ ପାରିବ। ଏହି କର୍ମଶାଳାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗାରାଜୁ ମଞ୍ଚାଶସିନ ଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା,ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ by Proprietor Abhimanyu Maharana March 18, 2026 ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ by Proprietor Abhimanyu Maharana March 18, 2026 ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା by Proprietor Abhimanyu Maharana March 18, 2026 ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର - ହାତ ବାନ୍ଧି ବସିଛି ଅବକାରୀ ବିଭାଗ by Proprietor Abhimanyu Maharana March 18, 2026 ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana March 18, 2026 ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା by Proprietor Abhimanyu Maharana March 18, 2026